Gajapati Maharaja On Digha Temple
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ । ପରିଚାଳନା କମିଟି ବୈଠକ ପରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଗଜପତି ମହାରାଜା । ଦୀଘା ଜଗନ୍ନାଥ ‘ଧାମ’ ନାମକରଣ ପ୍ରସଙ୍ଗରେ ମତ ରଖିଛନ୍ତି ଗଜପତି । "କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ଠାରେ ଏପରି ନାମକରଣ ହୋଇନାହିଁ । ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି । କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର କରନ୍ତୁ । କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ।"
ଗଜପତି ଆହୁରି କହିଛନ୍ତି, "ଦୀଘାରେ ‘ଧାମ’ ଲେଖାଯିବା ବ୍ୟଥିତ କରୁଛି । ଇସ୍କନ ପକ୍ଷରୁ ଆପତ୍ତି ନଉଠାଇବା ଆଶ୍ଚର୍ଯ୍ୟଜନକ ।" ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୀଘାରେ ନିର୍ମାଣ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର । ଯାହାର ନାମକରଣ ଜଗନ୍ନାଥ ଧାମ ହେବା ପରେ ବିବାଦ ଉପୁଜିଛି । ଶ୍ରୀଜଗନ୍ନାଥ ଧାମ ପୁରୀରେ ଥିବାବେଳେ ଦୀଘାରେ ନିର୍ମିତ ମନ୍ଦିରକୁ ‘ଧାମ’ ଦର୍ଶାଯିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛି । ପଶ୍ଚିମବଙ୍ଗ ସରକାର ନିଜ ଜିଦରେ ଅଟଳ ରହିଥିବାରୁ ବିବାଦ ତୀବ୍ର ହୋଇଛି । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଦୀଘା ଜଗନ୍ନାଥ ‘ଧାମ’ ନାମକରଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ : 'ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ, କିନ୍ତୁ 'ଜଗନ୍ନାଥ ଧାମ' ନାଁ କଦାପି ଗ୍ରହଣୀୟ ନୁହେଁ’
ସେହିପରି ଇସ୍କନ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ଗଜପତି ମହାରାଜା । ସେ କହିଛନ୍ତି, "ସାରା ବିଶ୍ୱରେ ଗୋଟିଏ ଦିନରେ ରଥଯାତ୍ରା ହେବା ଆବଶ୍ୟକ। ଇସ୍କନ ଭାରତ ଭିତରେ ଗୋଟିଏ ଦିନରେ ରଥଯାତ୍ରା ପାଇଁ ରାଜି ଅଛି । ଏନେଇ ଆମେ ଇସ୍କନ ମୁଖ୍ୟାଳୟ ମାୟାପୁରୀକୁ ଅବଗତ କରି ସାରିଛୁ । ଦୁଇ ଧର୍ମୀୟ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ଆପୋଷ ଆଲୋଚନା ଜରିଆରେ ଦ୍ୱନ୍ଦ୍ୱ ଦୂର ନେଇ ଆଶାବାଦୀ ଅଛୁ । କୋର୍ଟକୁ ଗଲେ କେବେ ସମାଧାନ ଜଣାନାହିଁ, ଆପୋଷ ସମାଧାନ ହେଉ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748252921.jpg)