/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729866564.jpg)
Cyclone Dana
ବାତ୍ୟା ଦାନା ପ୍ରଭାବରେ ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ ଅଞ୍ଚଳ ଯାଇ କ୍ଷେତ୍ର ପରିଦର୍ଶନ କାମ ଆସନ୍ତାକାଲିଠୁ ଆରମ୍ଭ ହେବ ।
୨୬ରେ ଫିଲ୍ଡ ଷ୍ଟାଫ୍ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ବାସସ୍ଥାନ କ୍ଷୟକ୍ଷତି ନେଇ ଆସନ୍ତା ୭ ଦିନ ମଧ୍ୟରେ ଆକଳନ କରାଯିବ । ବାତ୍ୟା ଦାନା ପାଇଁ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ସେପଟେ ୪ ଘଣ୍ଟା ଭିତରେ ରାସ୍ତା ସଫା ହୋଇ ସାରିଛି । ଟେଲିକମ୍ୟୁନିକେସନ ବିଭାଗରୁ ଅଭିଯୋଗ ଆସିନି ଏବଂ ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ସେପଟେ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ୩୩ କେଭି ଫିଡର ମଧ୍ୟରୁ ୯୫ ପ୍ରତିଶତ ଫିଡର ମରାମତି ସରିଥିବା TPCODL ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହେଦେଓ । ସେହିଭଳି ୧୧ କେଭି ନେଟୱର୍କ ପୁନଃ ସଂସ୍ଥାପନ କାର୍ଯ୍ୟ ସଂଧ୍ୟା ୭ଟା ସୁଦ୍ଧା ସରିଥିବ । ପ୍ରବଳ ବର୍ଷା ସତ୍ତ୍ୱେ ଟିମ୍ କାମରେ ଲାଗିଥିବା କେଭି ସୂଚନା ଦେଇଛନ୍ତି ।
ସେପଟେ ବାତ୍ୟା ଦାନା ପାଇଁ ଆସନ୍ତା ୨୬ ଓ ୨୭ ତାରିଖ ଲାଗି ସରକାରୀ ଛୁଟିକୁ ବାତିଲ କରାଯାଇଥିବା ନେଇ ଏସଆରସି କାର୍ଯ୍ୟାଳୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଦିନ ସଂଲଗ୍ନ ବିଭାଗଗୁଡ଼ିକର ଅଫିସ ଖୋଲା ରହିବ ବୋଲି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)