Advertisment

President Droupadi Murmu: ରେଭେନସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ; ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି...

ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଏ ଅବସରରେ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିଛନ୍ତି ମହାମହିମ।

President Droupadi Murmu

President Droupadi Murmu

Advertisment

କଟକରେ ରେଭେନସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଏ ଅବସରରେ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିଛନ୍ତି ମହାମହିମ। ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି।

Advertisment

ରେଭେନ୍ସ କାର୍ଯ୍ୟକ୍ରମ ଶେଷ ହେବା ପରେ ଗୌରୀଶଙ୍କର ପାର୍କ ନିକଟସ୍ଥ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଯିବେ ରାଷ୍ଟ୍ରପତି। ସେଠାରେ ପହଞ୍ଚି ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସ୍କୁଲର ଅତ୍ୟାଧୁନିକ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ସର୍କିଟ ହାଉସ୍ କୁ ଯାଇ ସେଠାରେ ବିଶ୍ରାମ କରିବେ । ରାଷ୍ଟ୍ରପତି ୩ଟା ୫୦ ମିନିଟ ସମୟରେ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳାଭବନକୁ ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ଯାଇ ଅପରାହ୍ନ ୪ଟାରେ ଶାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବ ତଥା ଶାରଳା ଦାସଙ୍କ ୬ଶହତମ ଜୟନ୍ତୀ ସମାରୋହରେ ଯୋଗ ଦେବେ । ଅପରାହ୍ନ ୫ଟାରେ ସମସ୍ତ କାର୍ଯ୍ୟକ୍ରମ ଶେଷକରି ରାଷ୍ଟ୍ରପତି ସେଠାରୁ ସଡ଼କପଥରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ ନେଇ ସହରରେ ବ୍ୟାପକ ପୋଲିସ୍ ମୁତୟନ ହୋଇଛନ୍ତି।

ଅଧିକ ପଢନ୍ତୁ: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...

Advertisment
Ravenshaw University President Of India Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ