/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751351411.jpg)
President Droupadi Murmu
ଆସନ୍ତା ୧୪ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ୧୪ରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ ଶିଳାନ୍ୟାସ । ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ।
ଅଧିକ ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି; ନୀଳମାଧବଙ୍କୁ କରିବେ ଦର୍ଶନ
ରାଷ୍ଟ୍ରପତି ମୁର୍ମୁ ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହା ପରେ ସିଧାସଳଖ ଏମ୍ସ ଅଭିମୁଖେ ଯିବେ । ସେଠାରେ ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଏହା ପରେ ରାଜଭବନ ଫେରି ସେଠାରେ ରାତ୍ରୀଯାପନ କରିବେ । ତା’ ପରଦିନ ଅର୍ଥାତ ୧୫ ଜୁଲାଇରେ କଟକ ଅଭିମୁଖେ ଗସ୍ତ କରିବେ । କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
କଟକରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହା ପରେ ରେଭେନ୍ସା ବାଳିକା ହାଇସ୍କୁଲର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ଅବସରରେ ଆଦିକବି ଶାରଳାଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମହାମହିମ । ଜବାହରଲାଲ ନେହେରୁ ଇନ୍ ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜନ୍ମ ଜୟନ୍ତୀ ଉତ୍ସବ ଏବଂ କଳିଙ୍ଗ ରତ୍ନ ସମ୍ମାନ ୨୦୨୪ ସମ୍ମାନ ପାଇଁ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହି ଦିନ ଦିଲ୍ଲୀ ଅଭିମୁଖେ ବାହାରିଯିବେ ରାଷ୍ଟ୍ରପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)