President Droupadi Murmu: ଓଡ଼ିଶାରେ ମହାମହିମ, ଆଜି ରାଜଭବନରେ ରାତ୍ରୀଯାପନ

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରରେ ପହଁଚିଛନ୍ତି ।

President Droupadi Murmu

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରରେ ପହଁଚିଛନ୍ତି । ଏୟାରପୋର୍ଟରୁ ସିଧା ରାଜଭବନ ଯିବେ ରାଷ୍ଟ୍ରପତି । ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳୁ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସିଥିଲେ । ଆଜିଠାରୁ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ ୨୦୨୫ । ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ଆଜି ସକାଳେ ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିଥିଲେ । ସକାଳ ୧୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ପ୍ରବାସୀଙ୍କ ଭଲ ପାଇବା ଭୁଲି ହେବ ନାହିଁ: ମୋଦି

ପ୍ରାୟ ଦେଢ଼ ଘଣ୍ଟା ଧରି କାର୍ଯ୍ୟକ୍ରମ ଚାଲିଥିଲା । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଓଡ଼ିଶା କଥା କହିଛନ୍ତି । ପ୍ରବାସୀ ଭାରତୀୟଙ୍କ ଆଗରେ ବଖାଣିଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ଗାଥା । ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ୱାଗତ କହି ଆରମ୍ଭ କରିଥିଲେ ଅଭିଭାଷଣ ।

କହିଥିଲେ, କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ । ଓଡ଼ିଶା ବିଷୟରେ କହିଛନ୍ତି ଯେ, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ । ଏହାକୁ ସ୍ମରଣ ରଖିବା ପାଇଁ ଓଡ଼ିଶାରେ ବାଲିଯାତ୍ରା ଆୟୋଜିତ ହୁଏ । ଧଉଳି ଶାନ୍ତିର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି ସେ କହିଛନ୍ତି । ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି -ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠିକି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି । ଆପଣମାନେ ଦେଇଥିବା ଭଲ ପାଇବା କେବେ ବି ଭୁଲି ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ । ଅର୍ଥନୀତିରେ ଖୁବଶୀଘ୍ର ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ । ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି । ଭାରତର କଥାକୁ ଆଜି ପୂରା ବିଶ୍ୱ ଶୁଣୁଛି । ପ୍ରଧାନମନ୍ତ୍ରୀ ଦେଶର ବିକାଶର  ପୂରା ଚିତ୍ର ରଖିଛନ୍ତି ପ୍ରବାସୀ ଭାରତୀୟଙ୍କ ଆଗରେ ।

ଅଧିକ ପଢ଼ନ୍ତୁ: ପ୍ରବାସୀଙ୍କ ପାଇଁ ମେଲିଛି ଓଡ଼ିଆ କଳା ଓ ସଂସ୍କୃତିର ପସରା, ସବୁଠି ଝଲସୁଛି ଉତ୍କର୍ଷ ଉତ୍କଳର ଛାପ