• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଆ ପୁଅକୁ ବୀରତା ସମ୍ମାନ । ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମାର୍ଚ୍ଚ ୨୦୨୩ରେ ଓଏନଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେସନାଲ୍ ଏମର୍ଜେନ୍ସୀ ନେଇ ରିପୋର୍ଟ କରିଥିଲା। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏଥିପାଇଁ ଲୋଡ଼ିଥିଲା ଭାରତୀୟ ନୌସେନାର ସହାୟତା । ଜଣେ ଲିଡ୍ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା । ଯେଉଁଠି ଜାହାଜ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ତଥାପି ଡାଇଭିଂ ଅପରେସନରେ ଯାଇଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା ।

୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ । ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ । ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ । ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା। ସଫଳତାର ସହ ଜାହାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ୧୦୦ ଫୁଟ୍ ପାର କରି ଟରେଷ୍ଟ ଏରିଆରେ ପହଞ୍ଚିଥିଲେ। ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନ କରି ଯେଉଁ ବୀରତା ଦେଖାଇଥିଲେ ସେଥିପାଇଁ ଲେଫେଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now