Advertisment

Pravasi Bharatiya Divas: ମଝିରେ ଆଉ ମାତ୍ର ଗୋଟିଏ ଦିନ; ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି...

ଦିନକ ପରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରର ୪ ହଜାରରୁ ଅଧିକ ପ୍ରବାସୀ। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ।

undefined

Pravasi Bharatiya Divas

Advertisment

ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ସାରା ବିଶ୍ବରୁ ଆସି ଏକାଠି ହେଉଛନ୍ତି ପ୍ରାୟ ସାଢ଼େ ୩ ହଜାରରୁ ଅଧିକ NRI। ସମସ୍ତ ଅତିଥିଙ୍କୁ ସ୍ବାଗତ ଅପେକ୍ଷାରେ ଭୁବନେଶ୍ବରର ଜନତା ମଇଦାନ। ଏପଟେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

Advertisment

ଦିନକ ପରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରର ୪ ହଜାରରୁ ଅଧିକ ପ୍ରବାସୀ। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ। ଆଉ ଉତ୍ସବର ସାକ୍ଷୀ ରହିବେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଖାସ୍ ସେଇଥି ଲାଗି ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଖାଲି ସମ୍ମିଳନୀ ସ୍ଥଳ ନୁହେଁ, ପ୍ରବାସୀଙ୍କୁ ସ୍ବାଗତ ଲାଗି ନବବଧୂ ଭଳି ସଜେଇ ହୋଇଛି ରାଜଧାନୀ। ଯୁଆଡ଼େ ନଜର ପଡ଼ୁଛି, କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ। ଆଲୋକମାଳାରେ ଝଲସୁଛି ପୁରା ସହର। ଏମିତିକି ପ୍ରବାସୀଙ୍କୁ ସ୍ବାଗତ କରିବାକୁ ଚାନ୍ଦୁଆରେ ସଜେଇ ହୋଇଛି ବିମାନ ବନ୍ଦର ପରିସର। ବିମାନ ବନ୍ଦରରେ ସ୍ବତନ୍ତ୍ର ହେଲ୍ପ ଡେସ୍କ, ରିସେପ୍ସନ ଡେସ୍କ ଓ ପୋଲିସ କଣ୍ଟ୍ରୋଲ ରୁମ୍ ରହିଛି। ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଆଜି ୪୦ରୁ ୫୦ ପ୍ରବାସୀ ଭାରତୀୟ ଭୁବନେଶ୍ବରରେ ପହଞ୍ଚି ସାରିଲେଣି। ପ୍ରୋଟୋକଲ ଅନୁସାରେ ବିମାନବନ୍ଦରରେ ସୁରକ୍ଷାକୁ ଦ୍ବିଗୁଣିତ କରାଯାଇଛି। ଏହାଛଡ଼ା ଚାର୍ଟର୍ଡ ଫ୍ଲାଇଟ୍ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବାରୁ ଏୟାରକ୍ରାଫ୍ଟ ରିପୋଜିସନିଂ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। 

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର

କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ଯୁବ ପ୍ରବାସୀ ଭାରତୀୟ ଦିବସ। ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନ୍‌ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାଛଡ଼ା ଥିମ୍ ପାଭିଲିୟନ ବି ଉଦ୍‌ଘାଟନ୍‌ କରିବେ। ଏଠାରୁ ଭର୍ଚୁଆଲ ମୋଡ୍‌ରେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଭାରତୀୟ ବଂଶୋଦ୍ଭବଙ୍କ ଲାଗି ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ମଧ୍ୟ ଶୁଭାରମ୍ଭ କରିବେ। ଏପଟେ ଭୁବନେଶ୍ବର ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ଚିଲିକାର ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖାଇବାକୁ ସମାନ୍ତରାଳ ଭାବେ ଆଜିଠୁ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ଚିଲିକା ବିହଙ୍ଗ ଉତ୍ସବ। 

Advertisment

ଓଡ଼ିଶାର ଆଦିବାସୀ ସଂସ୍କୃତି ସହ ଅତିଥିଙ୍କୁ ପରିଚିତ କରିବାକୁ ଗତକାଲିଠୁ ଆଦିବାସୀ ମେଳା ଆରମ୍ଭ ହୋଇଥିବା ବେଳେ ଏକାକାଳୀନ ଭାବେ ପୁରୀରେ ସି ବିଚ୍ ଫେଷ୍ଟିଭାଲ, ଭୁବନେଶ୍ବରରେ ଏକାମ୍ର ଉତ୍ସବ, ରାଜାରାଣୀ ଫେଷ୍ଟିଭାଲ, ମୁକ୍ତେଶ୍ବର ଫେଷ୍ଟିଭାଲ ବି ଚାଲିବ। ଅନ୍ୟପଟେ ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ୍ ଜାଣିବାକୁ ବେଶ୍ ଆଗ୍ରହୀ ଥିବା ନେଇ ଭିଡିଓ ବାର୍ତ୍ତା ପଠାଇଛନ୍ତି ପ୍ରବାସୀ ଭାରତୀୟ ସଂଘ। 

ପ୍ରବାସୀ ଭାରତୀୟ ଦିବସ ଲାଗି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଆଜି ସେ କୋଣାର୍କ ଇକୋ ରିଟ୍ରିଟରେ ରାତ୍ରୀଯାପନ କରି, ଆସନ୍ତାକାଲି କୋଣାର୍କ ସୂର୍ଯ୍ୟମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ।

Advertisment

ଅଧିକ ପଢ଼ନ୍ତୁ: ଆଦିବାସୀ ମେଳାରେ ପ୍ରଦର୍ଶିତ ହୋଇଛି ସାନ୍ତାଳୀ ଲିପି

Odisha News Bhubaneswar Preparations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ