Advertisment

Pravasi Bharatiya Divas: ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ।

ଅଦ୍ୟତନ ହୋଇଛି
undefined

Pravasi Bharatiya Divas

Advertisment

ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ଭିଡ଼। ଆସନ୍ତାକାଲିଠୁ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ମହାକୁ୍ମ୍ଭରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି ଅନେକ ଭିଭିଆଇପି। ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ଅନେକ ବୁଲି ଦେଖିଛନ୍ତି ବିଶ୍ବ ପ୍ରସିଦ୍ଧ କୋଣାର୍କର କାରୁକାର୍ଯ୍ୟ। ପରେ ଶ୍ରୀକ୍ଷେତ୍ର ଯାଇ ନେଇଛନ୍ତି ଶ୍ରୀଜିଉଙ୍କ ଆଶୀର୍ବାଦ।

Advertisment

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ। ଆଉ ସେମାନଙ୍କୁ ସଂଖୋଳି ନେବାର ବିଶେଷ ମୁହୂର୍ତ୍ତ। ଅବସର, ମାଟିର ସନ୍ତାନଙ୍କୁ ସ୍ବାଗତ ବେଳର। ଭାରତୀୟ କଳା ସଂସ୍କୃତିର ଝଲକ 
ସାଙ୍ଗକୁ ଓଡ଼ିଆ ପଣର ଆତ୍ମୀୟତା ବିଭୋର କରିଛି ପ୍ରବାସୀ ଓଡ଼ିଆଙ୍କୁ। ପାରମ୍ପରିକ ଓଡ଼ିଆ ନାଚ ଗୀତର ତାଳେ ତାଳେ ନିଜେ ନାଚିଛନ୍ତି, ଅନ୍ୟକୁ ବି ନଚାଇଛନ୍ତି। 

ସେମିତି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ପରିବେଶ। ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରି ବିମୋହିତ ହୋଇଛନ୍ତି।କର୍ମଭୂମୀ ବଦଳିଛି, ପ୍ରବାସୀ ହୋଇଛନ୍ତି ତଥାପି ଭାରତୀୟ ବୋଲି ଗର୍ବ କରି ଛାତି କୁଣ୍ଢେମୋଟ୍ କରୁଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି କୋଣାର୍କର କାରୁକାର୍ଯ୍ୟ ବୁଲି ଦେଖିଛନ୍ତି। ମଧ୍ୟଯୁଗୀୟ ଇତିହାସ ସମ୍ପର୍କରେ ଅନେକ ଅଜଣା କଥା ଜାଣି ଚକିତ ହୋଇଥିଲେ ଜୟଶଙ୍କର। ତାଜୁବ କରିଥିଲା ପ୍ରସ୍ତରର ଜିରାଫ ମୂର୍ତ୍ତି। ପରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଏହା ମୋର ପରମ ସୌଭାଗ୍ୟ ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ। ଫେରିବା ବାଟରେ ରଘୁରାଜପୁର ଶିଳ୍ପୀ ଗ୍ରାମକୁ ଯାଇ ହସ୍ତକଳା ଓ କାରୁକାର୍ଯ୍ୟ ବୁଲି ଦେଖିଥିଲେ। 

Advertisment

ସେପଟେ ଓଡ଼ିଶା ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାର ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟକୁ ବୁଲାଇ ନିଆଯାଇଛି। ୩୦ରୁ ଅଧିକ ଡଙ୍ଗାରେ ପ୍ରବାସୀ ଭାରତୀୟମାନେ ଚିଲିକା ନୀଳ ଜଳରାଶିରେ ଅତିଥି ବିହଙ୍ଗଙ୍କୁ ଅତି ନିକଟରୁ ଦେଖି ମନ୍ତ୍ରମୁଗ୍ଧ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ରାସ୍ତା ବନ୍ଦ ରହିବ

Bhubaneswar Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ