/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713080638.jpg)
Puri Sebayat
ଆଜିଠାରୁ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ। ସିଂହଦ୍ୱାର ନିକଟରେ ଜଗିରହିଛନ୍ତି ପ୍ରତିହାରୀ ସେବକ। ଶ୍ରଦ୍ଧାଳୁଙ୍କୁ ଉପରେ ରଖିଛନ୍ତି ନଜର। କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନକରନ୍ତି, ସେଥିପାଇଁ ନଜର ରଖିଛନ୍ତି।
ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟାରେ ଆଳତୀ ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ। ନିକଟ ଅତୀତରେ ବାରମ୍ବାର ଅଣହିନ୍ଦୁ ମାନଙ୍କର ଶ୍ରୀମନ୍ଦିର ପ୍ରବେଶ ଓ ସେଥିଯୋଗୁଁ ନୀତିକାନ୍ତି ପ୍ରଭାବିତ ହେବା ଘଟଣା ସାମ୍ନାକୁ ଆସିବା ପରେ, ପ୍ରତିହାରୀ ନିଯୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପୂର୍ବକାଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା ଏବଂ ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ। ତେବେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରବେଶରୁ ରୋକିବା ପାଇଁ ସିଂହଦ୍ୱାର ପ୍ରତିହାରୀ ସେବାର ପୁନଃପ୍ରଚଳନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)