ପ୍ରେମ ହେଲା... ହୋଇଗଲା... ରାଜନୀତି ଅଙ୍କ କଷୁକଷୁ କେବେ ପ୍ରେମରି ପଡ଼ିଗଲେ ପ୍ରଦୀପ ମାଝୀ ନିଜେ ବି ଜାଣିପାରିଲେନି । ପ୍ରଥମେ ପ୍ରେମ, ତା’ ପରେ କଥା ଦିଆନିଆ ଆଉ ଏବେ ବାହାଘର । ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ହାତଗଣ୍ଠି ପଡ଼ିସାରିଛି । ରୀତିନୀତି ଅନୁଯାୟୀ ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଛନ୍ତି ପ୍ରଦୀପ । ସୁଶ୍ରୀଙ୍କ ଘର କେନ୍ଦୁଝରରେ । ସେ ଏବେ ଭୁବନେଶ୍ୱରର ପଳାଶୁଣୀ ଅଞ୍ଚଳରେ ରହୁଛନ୍ତି ।
କଥାରେ ଅଛି ପ୍ରେମ ମାନେନି ବନ୍ଧବାଡ଼, ମାନେନି ବୟସର ପରିସୀମା । ବର୍ତ୍ତମାନ ପ୍ରଦୀପଙ୍କୁ ୪୯ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି, ଉଭୟ ସୁଶ୍ରୀ ଓ ପ୍ରଦୀପ ଗୋଆରେ ୱେଡିଂ ସୁଟ୍ ମଧ୍ୟ କରିଛନ୍ତି। ଆଉ ସଂଗୀତରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ହଳଦୀକୁ ବି ବେଶ୍ ଉପଭୋଗ କରୁଛନ୍ତି ଦୁହେଁ ।
ଅଧିକ ପଢ଼ନ୍ତୁ: କାହିଁକି ହାରିଲା ବିଜେଡି ? ପରାଜୟର କାରଣ କହିଲେ ପ୍ରଦୀପ ମାଝୀ।
Also Read
୪ ବର୍ଷର ପ୍ରେମ, ଆଉ ଏବେ ପରିବାରର ସହମତିରେ ବିବାହ ସମ୍ପନ୍ନ ହୋଇଛି । ଗୋଆରେ ସୁଶ୍ରୀ ଓ ପ୍ରଦୀପଙ୍କ ବିବାହ ହୋଇ ସାରିଥିବାବେଳେ ବିଶେଷକରି ଅତିଥିମାନଙ୍କୁ ସେ ନିମନ୍ତ୍ରଣ କରିନାହାନ୍ତି । କେବଳ ବର କନ୍ୟାଙ୍କ ପରିବାର ଓ କିଛି ସମ୍ପର୍କୀୟ ଏହି ବାହାଘରରେ ସାମିଲ ହୋଇଛନ୍ତି । ଗୋଆରୁ ଫେରିବା ପରେ ପ୍ରଦୀପ ତାଙ୍କ ନିଜ ଗାଁରେ ଭୋଜିର ଆୟୋଜନ କରୁଥିବା ଜଣାପଡ଼ିଛି ।
ରାଜନୀତି ହେଉ କି ପ୍ରେମ ସବୁ ବେବଳେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ପ୍ରଦୀପ । ପ୍ରଦୀପ ମାଝୀଙ୍କ ବିବାହ ବିଳମ୍ବରେ ହୋଇଥିଲେ ମଧ୍ୟ ପ୍ରଶଂସକ ମାନେ ଖୁସି ଅଛନ୍ତି । ସୋସିଆଲ ମିଡିଆ ଜରିଆରେ ପ୍ରଦୀପଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଜ ବିବାହକୁ ନେଇ ଗଣମାଧ୍ୟମ ଆଗରେ ମଧ୍ୟ ଉଭୟ ପ୍ରଦୀପ ଓ ସୁଶ୍ରୀ ସୂଚନା ଦେଇ ସାରିଛନ୍ତି ।