Advertisment

Pradeep Majhi Marriage ମହଙ୍ଗା ପଡ଼ିଲା ବିବାହ; ବାଛନ୍ଦ ହେଲେ ପ୍ରଦୀପ ମାଝୀ

ମାର୍ଚ୍ଚ ୧୨ ତାରିଖ। କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର।

ଅଦ୍ୟତନ ହୋଇଛି
undefined

Pradeep Majhi

Advertisment

ନିଜ ଜାତି ଛାଡ଼ି ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ପ୍ରଦୀପଙ୍କ ବିରୋଧରେ ଗାଁ ମଝିରେ ବସିଲା ସଭା। ୧୨ ବର୍ଷ ପାଇଁ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଧାମନାଗୁଡାରେ ବସିଥିବା ଆଦିବାସୀ ଭତ୍ରା ସମାଜର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ, ପ୍ରଦୀପ ମାଝୀଙ୍କ ପରିବାରର କୌଣସି ଭଲ ମନ୍ଦ କାର୍ଯ୍ୟରେ ସମାଜର କେହି ଯୋଗ ଦେବେନାହିଁ।

Advertisment

ଅଧିକ ପଢ଼ନ୍ତୁ: ମନ ଚୋରି କରିଥିଲେ ସାମ୍ବାଦିକା; ଏବେ ସରିଲା ବାହାଘର

ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର। ଏହି ବିବାହ କରି ପ୍ରଦୀପ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ପ୍ରଦୀପ ନିଜ ଭଉଣୀଙ୍କୁ ମଧ୍ୟ ଏକ ବ୍ରାହ୍ମଣ ପରିବାରରେ ବିବାହ କରାଇଥିଲେ। କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ହୋଇଥିଲା ଏହି ବିବାହ। ତେଣୁ ବାରମ୍ବାର ଜାତି ନିୟମ ଉଲ୍ଲଂଘନ କରି ଅଖିଳ ଭାରତୀୟ ଆଦିବାସୀ ଭାତରାକୁ ପ୍ରଦୀପ କୁଠାରାଘାତ କରୁଥିବା ଅଭିଯୋଗ ହୋଇଛି। ତେବେ ଅନ୍ୟ ଜାତିରେ ବିବାହ ଆଇନତଃ ବୈଧ ଓ ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜଣେ ଆଇନଜୀବୀ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ହାରିଲା ବିଜେଡି ? ପରାଜୟର କାରଣ କହିଲେ ପ୍ରଦୀପ ମାଝୀ

  •  

 

 
BJD Marriage Pradeep Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ