Advertisment

Food For Thought: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟାରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହୋଇଯାଉଛି।

ଅଦ୍ୟତନ ହୋଇଛି
ପାହାଡ଼ ଚଢିଲେ ମିଳୁଛି ଚାଉଳ

ପାହାଡ଼ ଚଢିଲେ ମିଳୁଛି ଚାଉଳ

Advertisment

ମାଗଣା ରାସନ୍ ଚାଉଳ ନେବାକୁ ଖର୍ଚ୍ଚ ହେଉଛି ପାଞ୍ଚଶହ ଟଙ୍କା । ଯଦି ଟଙ୍କା ଖର୍ଚ୍ଚ ନକରିବ, ତାହାହେଲେ ଚାଲିବାକୁ ପଡିବ ମାଇଲ ମାଇଲ ବାଟ । ଏଭଳି ସମସ୍ୟା ଉପୁଜିଛି ଝିରଝିରା ଗ୍ରାମବାସୀଙ୍କ କ୍ଷେତ୍ରରେ । ଚାଉଳ ନେବାକୁ ବିତିଯାଉଛି ପୂରା ଗୋଟିଏ ଦିନ । ତଥାପି କାଳେ ରାସନ୍ ଚାଉଳ ନନେଲେ ନାମ କଟିଯିବ, ସେହି ଭୟରେ ଚାଉଳ ନେବା ପାଇଁ ସଂଘର୍ଷ କରୁଛନ୍ତି ଝିରଝିରା ଗ୍ରାମବାସୀ।

Advertisment

ମାଗଣା ଚାଉଳ ନେବାକୁ ଖର୍ଚ୍ଚ କରିବାକୁ ପଡୁଛି। ଅନ୍ୟପଟେ ଚାଉଳକୁ ନେବା ପାଇଁ ଗୋଟିଏ ଗୋଟିଏ ଦିନ ବିତୁଛି। ତେଣୁ ଅନେକ ହିତାଧିକାରୀ ଚାଉଳ ନେଇ ନପାରି କମ୍ ଦାମରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଗାଁକୁ ରାସ୍ତା ନଥିବାରୁ କେବଳ ରାସନ ନୁହେଁ ଗାଁର ପିଲା ମଧ୍ୟ ପାଠ ପଢିବାରୁ ବଂଚିତ ହେଉଛନ୍ତି ।  ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଳରାମପୁର ପଂଚାୟତର ଉପାନ୍ତ ଗ୍ରାମ ଝିରଝିରାର ଏ ହେଉଛି ଅବସ୍ଥା । ସରକାରୀ ବାବୁମାନଙ୍କ ପାଦ ପଡେନି ଏହି  ଗାଁରେ । ଗ୍ରାମରେ ବାସ କରନ୍ତି ୩୦ ଉର୍ଦ୍ଧ୍ୱ ପରିବାର। ଗ୍ରାମକୁ ନାହିଁ ରାସ୍ତା କିମ୍ବା ବିଜୁଳିର ସୁବିଧା । ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ ମାସକୁ ଥରେ ରାସନ୍ ଚାଉଳ ନେବାକୁ ସଂଘର୍ଷ କରିଥାନ୍ତି । 

Advertisment

ଅଧିକ ପଢ଼ନ୍ତୁ: ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା; ଗଞ୍ଜାମ ଜିଲ୍ଲାରୁ ଆସିଲା ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର

ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟା ରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହେବାକୁ ହୋଇଥାଏ ।

Advertisment

ଚାଉଳ ପାଇଁ ଆସୁଥିବା ଏହି ଉପାନ୍ତ ଗ୍ରାମର ଲୋକେ ଯଦି କେଉଁ ଦିନ ଲିଙ୍କ ନରୁହେ, ତେବେ ସେମାନଙ୍କ ଅବସ୍ଥା କହିଲେ ନସରେ। ପୁଣି ଯେଉଁମାନେ ଚାଉଳ ଅଟୋରେ ଭଡା କରି ନିଅନ୍ତି ସେମାନଙ୍କୁ ଦିଗପହଣ୍ଡି ଦେଇ ଯିବାକୁ ହୁଏ । ଫଳରେ ମାଗଣା ଚାଉଳ ନେବାରେ ଖର୍ଚ୍ଚ ପାଞ୍ଚଶହ ଟଙ୍କାରୁ  ଅଧିକ ହୁଏ । କେତେଜଣ ହିତାଧିକାରୀ ସେଥିପାଇଁ ପଞ୍ଚାୟତରେ ମିଳୁଥିବା ମାଗଣା ଚାଉଳ ବୋହିବୋହି ନେବାରେ ସକ୍ଷମ ନ ହେବାରୁ ନିକଟ ବଜାରରେ ଚାଉଳକୁ ବିକ୍ରି କରି ଦେଇଥାନ୍ତି । ଏତେ ଦୂରରେ ଥିବା ଏହି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ତେଣୁ ରାସ୍ତା ସାରା ପକାଉଠା ହୋଇ ଏମାନେ ମାସକୁ ଥରେ ବାଧ୍ୟ ହୋଇ ଆସିଥାନ୍ତି ମାଗଣା ଚାଉଳ ନେବା ପାଇଁ ।

ଦୁର୍ବିସହ ଜୀବନ ବିତାଉଥିବା ଏହି ଗ୍ରାମର ଲୋକେ ମୌଳିକ ସୁବିଧା ବିଷୟରେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ କୌଣସି ସୁବିଧା ମିଳୁନାହିଁ। ଫଳରେ ଅନେକ ପରିବାର ସରକାରଙ୍କ ବହୁ ଉନ୍ନୟନମୂଳକ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ।

ସରକାରଙ୍କର ଅନେକ ଯୋଜନା ପ୍ରଣୟନ ହେଇଥିଲେ ମଧ୍ୟ ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଧରାକୋଟ ବ୍ଲକ ବଳରାମପୁର ପଞ୍ଚାୟତର ଝିରଝିରା ଗ୍ରାମବାସୀଙ୍କ ଦୁଃଖ ଯେମିତି ଥିଲା ସେମିତି ରହିଛି । ଦେଶ ସ୍ଵାଧୀନ ହେବାର ସାତ ଦଶନ୍ଧି ବିତିଗଲାଣି ଏବଂ ସରକାର ମଧ୍ୟ ବଦଳିଲେଣି। ପ୍ରତିଶ୍ରୁତି  ପରେ ପ୍ରତିଶ୍ରୁତି ମିଳିଛି ଏମାନଙ୍କୁ  କିନ୍ତୁ ବଦଳିନି ଏମାନଙ୍କ ଭାଗ୍ୟ।

ଅଧିକ ପଢ଼ନ୍ତୁ: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

Ganjam Village Ration Card Ration Card Holders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ