Advertisment

Plight Of Poor: ଗୁହାଳରେ ବିତୁଛି ଜୀବନ, କୋଠାଘର ସାତସପନ

ଯେଉଁଠି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ। ଦଉଡ଼ି ଦଉଡ଼ି ନୟାନ୍ତ ହେଲା ପରେ ବି ମିଳୁନି ଘର ଖଣ୍ଡେ । ଛାତଘର ତାଙ୍କ ପାଇଁ ହୋଇଛି ସାତ ସପନ । ଏବେ ଅଭାବ ଅନାଟନରେ ବିତୁଛି ଅଭିରାମଙ୍କ ପରିଵାରର ଜୀବନ।

ଅଦ୍ୟତନ ହୋଇଛି
ମିଳୁନି ଆବାସ

ମିଳୁନି ଆବାସ

Advertisment

ଵାସଗୃହ ଅଭାବରୁ ଗୁହାଳରେ ଗାଈଗୋରୁଙ୍କ ସହ ରହୁଛନ୍ତି ମଣିଷ । ବର୍ଷ ବର୍ଷ ଧରି ଅଭିଯୋଗ ପରେ ବି ମୁଣ୍ଡ ଗୁଞ୍ଜିବାକୁ ମିଳିନି ଗୋଟେ ପକ୍କା ଘର। ସରକାରଙ୍କ ଯୋଜନା ଯେମିତି ଏହି ଅସହାୟ ଗରିବ ପରିବାରଙ୍କ ପାଇଁ ଏଠି ହୋଇଛି ସାତସପନ । କୋଠାଘର ଥିଵା ଧନୀ ଲୋକମାନେ କାରସାଦି କରି ସରକାରଙ୍କ ପକ୍କା ଘର ହାତେଇ ପାରୁଥିବାର ଅଭିଯୋଗ ହେଉଥିବା ବେଳେ ଗରିଵ ହିତାଧିକାରୀ ଵଳି ପଡ଼ୁଛନ୍ତି । ବାସ୍ତବରେ ସରକାରଙ୍କ ଯୋଜନାର ବାଦ୍ ପଡୁଛନ୍ତି ଏଠି ଗରିବ ହିତାଧିକାରୀ। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଞ୍ଚାୟତର ଭିଇଁପୁର ଗାଁରୁ ।

Advertisment

ଦୀର୍ଘ ୨୫ ବର୍ଷ କାଳ ସମୟରେ ଅଭିଯୋଗ କରି ଘର ଖଣ୍ଡିଏ ପାଇଁ ନୟାନ୍ତ ହେଲେଣି ଅଭିରାମ ପରିଡା। ସରକାର ଡିଣ୍ଡିମ ପିଟୁଛନ୍ତି ଗାଁଗଣ୍ଡାରେ ଗରିବ ଶ୍ରେଣୀର ଲୋକ ନଡ଼ା ଛପର ଘରେ ରହିବେ ନାହିଁ। ସବୁ ଘର ପକ୍କା ହୋଇଯିବ । କିନ୍ତୁ ସରକାରଙ୍କ ଯୋଜନା ଏହି ପରିବାର ପାଖରେ ପହଞ୍ଚି ପାରିନାହିଁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ସତ୍ୟ। ଗୋଟାଏ ଗୁହାଳରେ ଗାଈ ଵାଛୁରୀ ସହିତ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ରହୁଛନ୍ତି ଅଭିରାମଙ୍କ ପରିଡ଼ା । ଦୀର୍ଘ ବର୍ଷ ଧରି ରହୁଛନ୍ତି ମାଟି କୁଡିଆ ଘରେ। ଖଟିଲେ ଖାଇବେ। ଅଭାବ ଅନାଟନ ମଧ୍ୟରେ ଉପାସ ରହୁଛନ୍ତି ପରିଵାର। ଗୋଟେ ଗୁହାଳରେ ରହୁଛନ୍ତି ପରିଵାର। ଗାଈଗୋରୁଙ୍କ ଗୋବର ଗନ୍ଧରେ ବି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ଏହି ପରିବାର। ମାସକୁ କେବଳ ସରକାରୀ ସହାୟତା କହିଲେ ୨୦ କିଲୋଗ୍ରାମ ରାସନ୍ ଚାଉଳ ।

ଅଧିକ ପଢ଼ନ୍ତୁ : ମୁଠାଏ ଦାନା ପାଇଁ ସଂଘର୍ଷ; ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଭରସାରେ ୮ ପ୍ରାଣୀ କୁଟୁମ୍ବ

Advertisment

ପିଲାଛୁଆଙ୍କୁ ପାଠ ପଢ଼ାଇବାକୁ ଚାହୁଁ ଥିଲେ ମଧ୍ୟ ଅର୍ଥ ଅଭାବରୁ ସେମାନଙ୍କୁ ପାଠ ପଢ଼ାଇପାରୁନାହାନ୍ତି ଅଭିରାମ । ଅଭିରାମଙ୍କ ବାପା ଏଵଂ ମାଆ ଵଞ୍ଚି ଥିଲାବେଳେ କୋଠାଘର ଦେଖି ପାରିଲେନି ‌। ବାପା ଓ ମାଆଙ୍କ ମୃତ୍ୟୁ ପରେ ଅଭିରାମ ମଧ୍ୟ କୋଠାଘରରୁ ବଞ୍ଚିତ ହୋଇଛନ୍ତି। ସରକାର କେତେ ଆଉ ଗରିବ ଶ୍ରେଣୀର ଲୋକମାନଙ୍କୁ ଭୂଆଁ ଵୋଲାଇବେ ବୋଲି ପ୍ରଶ୍ନ କରିଛନ୍ତି ଅଭିରାମ । କେବଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ଅଜାଡି ଦିଅନ୍ତି । ତା ପରେ ଦୀର୍ଘ ପାଞ୍ଚ ବର୍ଷ ଯାଏଁ କେଉଁ ନେତାଙ୍କ ଦେଖା ମିଳେ ନାହିଁ ବୋଲି କହିଛନ୍ତି ତାଙ୍କ ପଡ଼ୋଶୀ । କେବଳ କାଗଜପତ୍ରରେ ସବୁ ରଙ୍ଗୀନ ରଙ୍ଗୀନ ଲାଗେ । ଏମିତି ନେତାଙ୍କ ପ୍ରତିଶ୍ରୁତିରେ ଗରିବ ପରିବାର ପ୍ରତାରଣାର ଶିକାର ହୋଇଛନ୍ତି। ଏହି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଅଭିରାମଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ତାଙ୍କୁ ହିଁ ଅପେକ୍ଷା। 

(ଚାନ୍ଦବାଲିରୁ ତ୍ରିଲୋଚନ ସାହୁଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ :ପାନୀୟ ଜଳ ଯୋଗାଇବେ ସରକାର; ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ 

Advertisment
Government Bhadrak PM Awas Yojana Poor Family
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ