ବୁଧବାର ଓଡ଼ିଶା ସରକାର ପୋଲିସ ପ୍ରଶାସନରେ ପଦୋନ୍ନତି ପାଇଁ ଯୋଗ୍ୟତା ନିୟମକୁ ପରିବର୍ତ୍ତନ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ, ପୋଲିସ ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟତା ମାନଦଣ୍ଡକୁ କମାଇ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ଏଣିକି ଆଉ ୧୦ ବର୍ଷ ନୁହେଁ ବରଂ ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର । ପୋଲିସ୍ ପ୍ରଶାସନରେ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇ ଦେଇଛନ୍ତି ରାଜ୍ୟ ସରକାର ।
Also Read
ସୂଚନା ଅନୁସାରେ ଏହା ପୂର୍ବରୁ ୧୦ ବର୍ଷ ପରେ ହିଁ ଜଣେ ଏସ୍ଆଇ ଇନ୍ସପେକ୍ଟରକୁ ପଦୋନ୍ନତି ହେଉଥିଲେ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ପରେ ପଦୋନ୍ନତି ହେବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଜାନୁଆରୀ ୧, ୨୦୨୪ ସୁଦ୍ଧା ଯଦି ଜଣେ ଏସ୍ଆଇ ୭ ବର୍ଷ ପୂରଣ କରିଥିବେ ତାଙ୍କୁ ପଦୋନ୍ନତି ମିଳିବ । ଅର୍ଥାତ୍ ଜାନୁଆରୀ ୧, ୨୦୨୪ ସୁଦ୍ଧା ଯଦି ଜଣେ ଏସ୍ଆଇ ୭ ବର୍ଷ ପୂରଣ କରିଥିବେ ସେ ଇନ୍ସପେକ୍ଟର ହୋଇପାରିବେ ।