Advertisment

ସେବା ଓ ସାହସିକତାକୁ ସମ୍ମାନ; ଓଡ଼ିଶାର ୧୧ଜଣଙ୍କୁ ମିଳିବ ପୋଲିସ ମେଡାଲ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହାସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ ।

author-image
Sonali Ojha
ଅଦ୍ୟତନ ହୋଇଛି
13 Odisha cops among 1037 personnel to receive President's Medal

police MEDAL

ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏ ନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ ଓ ଆଉ ଦୁଇଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି।

Advertisment

ଉତ୍କୃଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ଚଳିତଥର ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ସେଥିମଧ୍ଯରୁ ଓଡ଼ିଶାର ୧୩ ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ ଓ ଡିଏସପି ସଚିଦାନନ୍ଦ ରଥଙ୍କୁ ମେଡାଲ ପ୍ରଦାନ କରାଯିବ।

ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ, ଡିଏସ୍‌ପି ସନତ କୁମାର ନାଥଶର୍ମା, କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କନଷ୍ଟେବଲ ପ୍ରମୋଦ କୁମାର ମହାନ୍ତ, ସଞ୍ଜୁକ୍ତା ପଟ୍ଟନାୟକ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବବୁଲ ସାମଲ, ହାବିଲଦାର୍ ତେଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା, ସୁରେଶ ଚନ୍ଦ୍ର ରାଉତଙ୍କୁ ପୋଲିସ ପଦକ ମିଳିବ।

Advertisment

ତେଲେଙ୍ଗାନାର ଜଣେ ପୋଲିସ କର୍ମଚାରୀଙ୍କୁ ବୀରତା ପାଇଁ ରାଷ୍ଟ୍ରପତି ପୋଲିସ ପଦକ (ପିଏମଜି), ୨୧୩ ଜଣଙ୍କୁ ଗାଲାଣ୍ଟ୍ରି (MG) ପଦକ, ୯୪ ଜଣଙ୍କୁ ସମ୍ମାନଜନକ ସେବା (PSM) ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୨୯ ଜଣଙ୍କୁ ମେରିଟାରୀ ସର୍ଭିସ (ଏମଏସଏମ) ପ୍ରଦାନ କରାଯିବ।

Police Medals
Advertisment
Advertisment