Drone & AI used to tackle BJD protest
ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ ବେଳେ କୌଣସି ରବର ବୁଲେଟ ଫାୟାର କରାଯାଇନାହିଁ। ଏକଥା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ। ଦୁଇଟି ବ୍ୟାରିକେଡ୍ ଭାଙ୍ଗିବାରୁ କେବଳ ପାଣିମାଡ଼ ଓ ଲୁହବୁହା ଗ୍ୟାସ ମାଡ଼ କରାଗଲା। ବିଜେଡିର ଲୋକସେବା ଭବନ ଘେରାଉ ଆନ୍ଦୋଳନ ବେଳେ ପୋଲିସର ଆକ୍ସନ ନେଇ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର।
ସେ କହିଛନ୍ତି, ଏକ ରାଜନୈତିକ ଦଳ ଆନ୍ଦୋଳନ ପାଇଁ ଅନୁମତି ନେଇଥିଲା I ଆମେ ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ଫୋର୍ସ ମୁତୟନ କରିଥିଲୁ। ବ୍ୟାରିକେଡ଼ ଭାଙ୍ଗିବା ପରେ ପାଣି ମାଡ଼ ଓ ୫ଟି ସେଲ୍ ଟିୟର ଗ୍ୟାସ ମାଡ଼ କରାଯାଇଥିଲା I ଡ୍ରୋନ ସାହାଯ୍ୟରେ ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖାଯାଇଥିଲା । ଧାରଣାସ୍ଥଳରେ ଥିବା ସମସ୍ତ ଗତିବିଧି ଓ ଆନ୍ଦୋଳନର ଦୃଶ୍ୟ AI କ୍ୟାମେରାରେ କଏଦ ହୋଇଛି I ବିଜେଡି କର୍ମୀ ଧସେଇ ପଶି ବ୍ୟାରିକେଡ୍ ଭାଙ୍ଗିବା ବେଳେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପୋଲିସ କମିଶନର ଭେଟିଛନ୍ତି।
ତେବେ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ବିଜେଡି କର୍ମୀ-ପୋଲିସ୍ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ୍ । ପାଣି ମାଡ଼ ପରେ ଛତ୍ରଭଙ୍ଗ ଦେଲେ ବିଜେଡି ନେତା ଓ କର୍ମୀ । ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ କରିଥିଲା ।
ଆନ୍ଦୋଳନ ବେଳେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିଥିଲେ ବିଜେଡି କର୍ମୀ । ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ ହେବାପରେ ପ୍ରଥମେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି କମିଶନରେଟ୍ ପୋଲିସ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ । ଆନ୍ଦୋଳନ ସମୟରେ ପୋଲିସ ସହ ଧସ୍ତାଧସ୍ତି ସମୟରେ କିଛି ବିଜେଡି ନେତା ଓ କର୍ମୀ ଆହତ ହୋଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752663460.jpg)