Advertisment

Police In Vigilance Net: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ASI ଓ ହୋମଗାର୍ଡ

କେସ ଫାଇଲରୁ ନାଁ କାଟିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଲାଞ୍ଚୁଆ ASI ଓ ହୋମଗାର୍ଡଙ୍କୁ କାବୁ କଲା ଭିଜିଲାନ୍ସ । ସେମାନେ ହେଲେ ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ ।

ଅଦ୍ୟତନ ହୋଇଛି
Police In Vigilance Net

Police In Vigilance Net

Advertisment

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା।  ଲାଞ୍ଚ ନେବାବେଳେ ଧରାପଡିଲେ ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ । ଭିଜିଲାନ୍ସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ଜଣେ ବ୍ୟକ୍ତିଙ୍କ ନାମ କେସ୍ ଡାଏରୀରୁ ହଟାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଥାନା ବାବୁ। ଏଥିରେ ସାମିଲ ଥିଲେ ହୋମଗାର୍ଡ ।  ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏହି ବାବଦରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ ।  ଥାନା ବାବୁ ଓ ହୋମଗାର୍ଡ ୧୦ ହଜାର  ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି ପଚରାଉଚରା କରୁଛି ।  

ସୂଚନାଯୋଗ୍ୟ, ଗତକାଲି ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରକୁ ଆସିଥିଲେ । ଯନ୍ତ୍ରୀଙ୍କ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ କରାଯାଇ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ଦୁଇ ଦୁଇଟି ବହୁତଳ କୋଠା, 9ଟି ଦାମୀ ପ୍ଲଟ୍, ଫାର୍ମ ହାଉସ୍, 50 ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ବାଲାନ୍ସ ଭଳି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । 

Advertisment

ଅଧିକ ପଢନ୍ତୁ : କନିଷ୍ଠ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି : ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ସହ ଏକାଧିକ କାର୍

ASI Vigilance Bribe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ