Advertisment

PMAY: ଖୁସି ଖବର ! ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ..

ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।

undefined

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ।

Advertisment

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ। ନୂଆ ଗାଇଡଲାଇନ୍ ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ। ଜାଣି ପାରିବେ କାହିଁକି ପଡିଲେ ବାଦ୍।

Advertisment

ଫ୍ରିଜ୍ ଓ ବାଇକ୍ ଥିଲେ ବି ମିଳିବ ଆବାସ। ନୂଆବର୍ଷରୁ ହେବ ନୂଆ ଆବାସ ସର୍ଭେ। ଜିଲ୍ଲାପାଳମାନଙ୍କୁ ନୂଆ ଗାଇଡ୍ ଲାଇନ୍ ପଠାଇଲା ବିଭାଗ। ହିତାଧିକାରୀ କରିପାରିବେ ନିଜର ସର୍ଭେ। ପ୍ରତି ପଞ୍ଚାୟତରେ କର୍ମଶାଳା କରି ସଚେତନ କରିବେ ସରକାର। 

ନୂଆ ଗାଇଡ୍ ଲାଇନରେ କଣ କୋହଳ ହୋଇଛି ନିୟମ? ଯୋଗ୍ୟତା ମାନଦଣ୍ଡରେ କୋହଳ କରାଯାଇ, ଏଣିକି ଦୁଇ ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡଲାଇନ୍ ଫୋନ ଥିଲେ ବି ଅଯୋଗ୍ୟ କରାଯିବ ନାହିଁ। ସବୁଠୁ ବଡ଼ କଥା ହେଲା ହିତାଧିକାରୀ ନିଜେ ନିଜର ଯୋଗ୍ୟତାକୁ ନେଇ ସର୍ଭେ କରିପାରିବେ।

Advertisment

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ଅନଲାଇନରେ ଆବାସ ପ୍ଲସ୍-2024 ୱେବସାଇଟରେ ଲଗ ଅନ କରି ଆଇଡି ତିଆରି କରିବେ। ବ୍ଲକ୍, ପଞ୍ଚାୟତ, ଗାଁର ନାଁ ଲେଖି, ପରେ ପରିବାର ମୁଖ୍ୟ ଏବଂ ସଦସ୍ୟଙ୍କ ବିବରଣୀ ଦେବାକୁ ହେବ। ହିତାଧିକାରୀ E-KYC, ଜମା ଖାତା ବିବରଣୀ ଦେବେ। ଗୃହ ସମ୍ବନ୍ଧୀୟ ତଥ୍ୟ ଦେଇ ଫଟୋ ଦେବାକୁ ପଡ଼ିବ। ସରକାରୀ ସର୍ଭେକୁ ହିତାଧିକାରୀ ସମ୍ମତି ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବ୍ଲକ୍ କର୍ତ୍ତୃପକ୍ଷ। ପୁରା ବ୍ୟବସ୍ଥା ସଂପର୍କରେ ଗାଁ ଗାଁରେ ସଚେତନ କରିବା ପାଇଁ ଡିସେମ୍ବର ୨ରୁ କର୍ମଶାଳା କରି ଆଶାୟୀଙ୍କୁ ତାଲିମ ଦେବେ ସରକାର।

ନୂଆ ସରକାରଙ୍କ ନୂଆ ସର୍ଭେକୁ ନେଇ ଖୁସ୍ ଆବାସ ଅପେକ୍ଷାରେ ଥିବା ଆଶାୟୀ। ଜରି ପାଲ ତଳେ ଜୀବନ ବିତାଉଥିବା ଗଜପତି ମୋହନା ବ୍ଲକ କେଶରାର ଭଗବାନ ଗୌଡ଼। ପତ୍ନୀ ପକ୍ଷାଘାତରେ ଆକ୍ରାନ୍ତ। ବର୍ଷ ବର୍ଷ ହେଲା ଘର ଖଣ୍ଡେ ପାଇଁ କେତେ ଦୌଡ଼ିଲେଣି ହେଲେ ଏଯାଏଁ ମିଳିଲାନି।

Advertisment

ସେହିପରି ବଲାଙ୍ଗିର ସଇଁତଳା ବ୍ଳକ ଡେଙ୍ଗ ପଞ୍ଚାୟତର ସବିତା ନାଗ। ସ୍ୱାମୀ ନାହାନ୍ତି, ୧୨ ବର୍ଷର ପୁଅ ସହ ଏକ ଚାଳ ଘରେ ରୁହନ୍ତି ସବିତା । ତାଙ୍କ ଅଭିଯୋଗ, ଲାଞ୍ଚ ଦେଇ ପାରିଲେନି ବୋଲି ଏଯାଏଁ ଘର ଖଣ୍ଡେ ମିଳିଲାନି। କିନ୍ତୁ ନୂଆ ସର୍ଭେକୁ ସେ ନେଇ ସେ ବେଶ ଆଶାବାଦୀ।

ରାଜ୍ୟରେ ୨୮ ଲକ୍ଷ ୨୫ ହଜାର ପରିବାରକୁ ଗୃହ ମଞ୍ଜୁର କରାଯାଇଥିବା ସ୍ଥଳେ ୨୩ ଲକ୍ଷରୁ ଅଧିକ ଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି। ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଅନ୍ୟପଟେ ବାଦ୍ ପଡ଼ିଥିବା ୫୦ ହଜାର ୯୬୩ ଆଶାୟୀଙ୍କ ଦରଖାସ୍ତକୁ ନୂଆ ସର୍ଭେ ସମୟରେ ବିଚାର କରିବେ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ:ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

BJD BJP Congress Narendra Modi Odisha Politics PMAY
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ