Advertisment

‘ଯେଉଁ ପ୍ରତିଶ୍ରୁତି ମୁଁ ଦେଇଥିଲି, ତାହା ପୂରଣ ହେଉଛି ’

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ଯେଉଁ ପ୍ରତିଶ୍ରୁତି ମୁଁ ଦେଇଥିଲି, ତାହା ପୂରଣ ହେଉଛି ।

ଅଦ୍ୟତନ ହୋଇଛି
PM Narendra Modi On Subhadra Yojana

PM Narendra Modi

Advertisment

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ସ୍ବତନ୍ତ୍ର ଉତ୍ସବରେ ବଟନ ଟିପି ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଯାଏଁ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି । ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଅଧିକ ପଢନ୍ତୁ : ମହିଳାଙ୍କ ପାଇଁ ଖୁସି ଖବର; ଖାତାକୁ ଗଲା ସୁଭଦ୍ରା ଟଙ୍କା

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ଜନତା ମଇଦାନରେ ଆଜି ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ ବେଳେ ଯାହା କଥା ଦିଆଯାଇଥିଲା, ସେ ସବୁ ପାଳନ କରାଯାଇଛି। ଯାହା କହିଥିଲୁ ତାହା କରିଛୁ କହିଛନ୍ତି। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ କହିଥିଲୁ, ଖୋଲିଲୁ । ରତ୍ନ ଭଣ୍ଡାର ଖୋଲିବାକୁ କହିଥିଲୁ, ଭଣ୍ଡାର ଖୋଲାହେଲା। ଯେଉଁ ସ୍ବପ୍ନ ମଧ୍ୟମବର୍ଗ ଦେଖିଛନ୍ତି, ସବୁକୁ ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୋଟିଏରୁ ଅଧିକଙ୍କୁ ମିଳିବ ‘ସୁଭଦ୍ରା’ ଲାଭ, ତେଣୁ ଏହା ଓଡ଼ିଶାର ମହିଳାଙ୍କୁ ଉନ୍ନତ କରିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ମିଳିବ। ଓଡ଼ିଶାରେ କଣ ନାହିଁ । ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି। ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି। ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳିବ। ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି।

ଅଧିକ ପଢନ୍ତୁ : ଗାଡ଼କଣରେ ଖିରୀ ଖାଇଲେ ମୋଦି; ପିଏମ୍ ଆବାସ ହିତାଧୀକାରୀଙ୍କ ସହ କଲେ ଆଲୋଚନା

Advertisment

ଦିନେ ଜନ୍ମଦିନରେ ମାଆଙ୍କ ହାତରୁ ଗୁଡ଼ ଖାଇଥିଲେ, ଆଜି ଆଦିବାସୀଙ୍କ ହାତରୁ ଖିରୀ ଖାଇଛନ୍ତି। ଆଜି କିଛି ଏଭଳି ଭାବେ ନିଜ ଅନୁଭୂତି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ବର ଗାଡ଼କଣରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଁର ପିଏମ୍ ଆବାସ ହତିଧିକାରୀଙ୍କ ସହ ମନଖୋଲି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଗାଁରେ ପ୍ରବେଶ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଆ ପାରମ୍ପରିକ ଶୈଳୀରେ ସ୍ବାଗତ ଜଣାଯାଇଥିଲା। ଫୁଲ ପକାଇ, ଚନ୍ଦନ ଲଗାଇ ଘରକୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ।  ଗୃହ ପ୍ରବେଶ କରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ହିତାଧିକାରୀଙ୍କ ସହ ମନଖୋଲି କଥା ହୋଇଥିଲେ ମୋଦି। ଲୋକେ ବି ନିଜ ପାଖରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇ ବେଶ୍ ଖୁସ୍। ପ୍ରଧାନମନ୍ତ୍ରୀଙ୍କୁ ମନର ସବୁ କଥା ଜଣାଇଥିଲେ। ଛୋଟ ପିଲାଙ୍କ ସହ ମୋଦି ବେଶ୍ କିଛି ସମୟ ବିତାଇଥିଲେ। ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ, ତେଣୁ ଲୋକେ ଓଡ଼ିଆ ସୁସ୍ବାଦୁ କ୍ଷୀରି ମୋଦିଙ୍କୁ ପରସି ଦେଇଥିଲେ। 

ଏପଟେ ପ୍ରଧାନମନ୍ତ୍ରୀ ମୋଦି ‘ସୁଭଦ୍ରା’ ବ୍ୟତିତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି। ଏଥିସହ PMAYର  ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି। ଆୱାସ-Awaas App ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି କରିଛନ୍ତି ପ୍ରଧାନମନ୍ତ୍ରୀ।PMAY-Urban 2.O ଗାଇଡଲାଇନ୍ ଲଞ୍ଚ୍  କରିଛନ୍ତି। ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି।

PM Modi PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ