Advertisment

ମୋଦିଙ୍କ ଫୋକସ୍‌ରେ ଓଡ଼ିଶା; ଗାନ୍ଧୀ ଜୟନ୍ତୀରେ ଦେବେ ବଡ଼ ଭେଟି

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

author-image
Sonali Ojha
ଅଦ୍ୟତନ ହୋଇଛି
PM to launch projects worth Rs 83300 cr in Jharkhand

PM-JANMAN

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେବଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୫ରେ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା

୨ ଅକ୍ଟୋବରରେ ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ। ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ କରିବେ। ସମସ୍ତ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ଜନଜାତି ବର୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସଶକ୍ତିକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୁଆ ସୂର୍ଯ୍ୟୋଦୟ ଆଣିବା ଯୋଜନାର ଲକ୍ଷ୍ୟ। ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।

Advertisment

ସେହିପରି ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

PM Narendra Modi
Advertisment
Advertisment