Rayagada Railway Division
ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଲ୍ ଡିଭିଜନ୍ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଶିଳାନ୍ୟାସ କରି ମୋଦି କହିଥିଲେ ରାୟଗଡ଼ା ରେଳ ଡିଭିଜନ ଦ୍ବାରା ଦକ୍ଷିଣ ଓଡ଼ିଶାର ଜନଜାତି ସଂପ୍ରଦାୟ ବେଶୀ ଉପକାର ପାଇବେ। ସେହିପରି ଏହି ପ୍ରକଳ୍ପ ଦ୍ବାରା ସାରା ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ସହ ନିଯୁକ୍ତି ଓ ଅର୍ଥନୀତିରେ ସହାୟକ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି। ତାସହ ନିଜ ଅଭିଭାଷଣରେ କହିଛନ୍ତି- ରାୟଗଡ଼ା ରେଳ ଡିଭିଜନ ଦ୍ବାରା ଦକ୍ଷିଣ ଓଡ଼ିଶାର ଜନଜାତି ସଂପ୍ରଦାୟ ବେଶୀ ଉପକାର ପାଇବେ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ରାଜ୍ୟରେ ଇଣ୍ଟରନ୍ୟାସନାଲ ଟ୍ରେଡ୍ର ପ୍ରବଳ ସମ୍ଭାବନା ରହିଛି। ଅନେକ ନୂଆ ପ୍ରକଳ୍ପର ନିର୍ମାଣ ଚାଲିଛି ଓ ୭୦ ହଜାର କୋଟି ନିବେଶ ହୋଇଛି। ରାଜ୍ୟରେ ୭ ଗତିଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ: ଆଦିବାସୀ ମେଳାରେ ପ୍ରଦର୍ଶିତ ହୋଇଛି ସାନ୍ତାଳୀ ଲିପି
ରାୟଗଡ଼ାରେ ରେଳ ଡିଭିଜନ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ରେଳ ଡିଭିଜନ୍ ମୁଖ୍ୟାଳୟ ଭବନ ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା ଥିଲା। ପରେ ସେଥିରେ ବୃଦ୍ଧି ଘଟିଥିଲା। ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଥିଲେ ଏହି ପ୍ରକଳ୍ପ ଦ୍ବାରା ସାରା ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ସହ ନିଯୁକ୍ତି ଓ ଅର୍ଥନୀତିରେ ସହାୟକ ହେବ। ସେହିପରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ-ଏହାଦ୍ବାରା କୋରାପୁଟ-ନବରଙ୍ଗପୁର-ଜୟପୁର ଓ ମାଲକାନଗିରି ଜିଲ୍ଲାର ଲୋକଙ୍କୁ ସୁବିଧା ସହ ସାଧନ ମିଳିବ।
ଆଜିର କାର୍ଯ୍ୟକ୍ରମ ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁ ରେଲୱେ ଡିଭିଜନ ଓ ସିକନ୍ଦରାବାଦ ଏବଂ ହାଇଦ୍ରାବାଦ ଟୁଇନ୍ ସିଟିରେ ଚାର୍ଲାପାଲି ଟର୍ମିନାଲ ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି। ମୋଦି କହିଥିଲେ ୨୦୧୪ ବେଳକୁ ଦେଶରେ ମାତ୍ର ୩୫% ରେଳ ବିଦ୍ୟୁତୀକରଣ ହୋଇଥିଲା, ଏବେ ତାହା ୧୦୦% ସମ୍ଭବ ହୋଇଛି। ଗଲା ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍ ନିର୍ମାଣ ସରିଲାଣି। ଏଥିସହ ବନ୍ଦେ ଭାରତ ସ୍ଳିପର୍ ଟ୍ରାଏଲ୍ ରନ୍ ବେଳେ ୧୮୦ କିଲୋମିଟର ଘଣ୍ଟା ପ୍ରତି ଦୌଡିଲାଣି, ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ବି ଖୁବଶୀଘ୍ର ଦୌଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736179704.jpg)