Awas yojana
ଆଜିଠୁ ଆବାସ ସର୍ଭେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।
ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ। ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ସଚେତନ କରିସାରିଛି।
ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବା ସହ ପୃଥକ ଭାବେ ବାସ କରୁଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ। ଏଥର ଯୋଗ୍ୟତା ମାନଦଣ୍ଡକୁ ମଧ୍ୟ କୋହଳ କରିଛନ୍ତି କେନ୍ଦ୍ର ସରକାର।
ଦୁଇ ଚକିଆ ଯାନ, ଫିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ। ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି କରି ପାରିବେ ଆବେଦନ। ବାପଠୁ ଭିନ୍ନ ହୋଇଥିବା ପୁଅ ଏବଂ ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଏଥର ଆବେଦନ କରିପାରିବେ।
ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି। ୦୬୭୪-୬୮୧ ୭୭୭୭ରେ ଯୋଗାଯୋଗ କରି ହିତାଧିକାରୀମାନେ ସହାୟତା ପାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737692516.jpg)