Advertisment

ଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍; ତୃତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

କେଉଁଠି ଜରି ଅଖାରେ ତ ଆଉ କେଉଁଠି ବସ୍ତାରେ ଭର୍ତ୍ତି କରି ଗଦା ହୋଇଛି ଅଳିଆ। ଯୁଆଡ଼େ ଆଖି ବୁଲାଇଲେ ଖାଲି ଆବର୍ଜନା ଓ ଆବର୍ଜନା।

ଅଦ୍ୟତନ ହୋଇଛି
Patients Getting Treated In Unhygienic Conditions Due To Capital Hospital Protests

Capital Hospital Cleaning Staff

Advertisment

ଚାରିଆଡ଼େ ଆବର୍ଜନା। କେଉଁଠି ଜରି ଅଖାରେ ତ ଆଉ କେଉଁଠି ବସ୍ତାରେ ଭର୍ତ୍ତି କରି ଗଦା ହୋଇଛି। ଯୁଆଡ଼େ ଆଖି ବୁଲାଇଲେ ଖାଲି ଆବର୍ଜନା ଓ ଆବର୍ଜନା। ଏଭଳି ଘଟିଛି ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ। ଅସ୍ବାସ୍ଥ୍ୟକର ପରିବେଶରେ ରୋଗୀ ସେବା ଚାଲିଛି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଉପୁଜୁଛି ଏଭଳି ସ୍ଥିତି। 

Advertisment

ତୃତୀୟ ଦିନରେ ବି ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ସଫେଇ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ତିନି ଦିନ ହେବ ହସ୍ପିଟାଲରେ ସଫେଇ କାମ ଠପ୍। ଚାରିଆଡେ ପଡ଼ିଛି ଆବର୍ଜନା।

ଅଧିକ ପଢ଼ନ୍ତୁ: ଧୂଳିରେ ଆକ୍ତାମାକ୍ତା ଖୋର୍ଦ୍ଧା ସହର ବାସିନ୍ଦା; ବିଭିନ୍ନ ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ

Advertisment

ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍। ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍ ର ସଫେଇ କର୍ମଚାରୀ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏପଟେ ଏସମା ଲାଗୁ ସତ୍ତ୍ବେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ। ସଂଘ କହିଛି, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ କହିଛି। 

Advertisment

ସେପଟେ ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ତେଣେ ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦାବି ଉପରେ ଆଲୋଚନା ନେଇ ଆଜି ନର୍ସିଂ ସଂଘକୁ ଡାକିଛୁ। ଆଲୋଚନା ସଫଳ ହେବା ନେଇ ସରକାର ଆଶାବାଦୀ ଅଛନ୍ତି।ସ୍ବାସ୍ଥ୍ୟ ସେବା ବ୍ୟାହତ ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଧିକ ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା; ଜାଣନ୍ତୁ ମିଳିବ କେତେ ଟଙ୍କା...

Capital Hospital Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ