Advertisment

Big News: ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ, ଛଟପଟ ହୋଇ ରୋଗୀ ମୃତ !

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀ ମୃତ ! ଜଗତସିଂହପୁର ଜିଲ୍ଲାରୁ ଆସିଲା ସଂଗୀନ ଅଭିଯୋଗ। କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ। ମୃତକ ଜଗତସିଂହପୁର ଥାନା ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା । କମଳାଙ୍କୁ ଜଗତସିଂହପୁରରୁ କଟକ ସ୍ଥାନାନ୍ତର କରାଯାଉଥିଲା। ବାଟରେ ଅକ୍ସିଜେନ୍ ଦରକାର ପଡ଼ିବାରୁ ମାସ୍କ ଲଗାଯାଇଥିଲା ।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
Patient dies due to lack of oxygen in ambulance

Patient dies due to lack of oxygen in ambulance

ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ସଂଗୀନ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ। କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଜଗତସିଂହପୁର ଥାନା ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା । ଅଭିଯୋଗ ଅନୁସାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କମଳାଙ୍କୁ ଜଗତସିଂହପୁର ମେଡିକାଲରୁ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଉଥିଲା । ବାଟରେ ଅକ୍ସିଜେନ୍ ଆବଶ୍ୟକ ପଡ଼ିବାରୁ ଆମ୍ବାଲାନ୍ସ କର୍ମଚାରୀ ଅକ୍ସିଜେନ୍ ମାସ୍କ ଲଗାଇଥିଲେ । କିନ୍ତୁ ଅକ୍ସିଜେନ୍ ସିଲିଣ୍ଡର ସମ୍ପୂର୍ଣ୍ଣ ଖାଲିଥିଲା ।

Advertisment

ଏଣୁ ଅକ୍ସିଜେନ୍ ଅଭାବରୁ କମଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Odisha News Odisha Odisha Latest News Jagatsinghpur 108 Ambulance Service
Advertisment
Advertisment