Advertisment

Part Plot Registration: ଖୁସି ଖବର: ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ

ରାଜ୍ୟରେ କିଛି ଦିନ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ଥିଲା। ଫଳରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇ ପାରୁନଥିଲା। ଯେଉଁମାନେ ପାର୍ଟ ପ୍ଲଟ୍ କିଣୁଥିଲେ,ପଞ୍ଜୀକରଣ ହେଉନଥିବାରୁ  ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଅଦ୍ୟତନ ହୋଇଛି
By plot

By plot

Advertisment

ରାଜସ୍ୱ ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌। ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଏନେଇ ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରି ଏପ୍ରିଲରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁ ରାଜସ୍ୱ ହାନି ହେଉଛି। କିପରି ପାର୍ଟ ବିକ୍ରି ହେବ ଓ କିପରି ନୂଆ ଗାଇଡଲାଇନ ହୋଇପାରିବ ରାଜସ୍ୱ ବିଭାଗ ସେ ନେଇ ତତ୍ପରତା ପ୍ରକାଶ କରିଛି।  ଗାଇଡଲାଇନ ଫଳରେ ପ୍ଲଟିଂରେ ପ୍ଲଟ୍ କିଣୁଥିବା ଲୋକେ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ମଧ୍ୟ ପାଇପାରିବେ। ଯେଉଁଟା ଅତୀତରେ ନଥିଲା।

ଅଧିକ ପଢ଼ନ୍ତୁ: ବାଃ ବାଃ ପ୍ରଶାସନ; ଏମିତି ଯୋଗାଉଛ ସରକାରୀ ସୁବିଧା ?

ମନ୍ତ୍ରୀ ଆହୁରି କହିଛନ୍ତି, ନଗର ଉନ୍ନୟନ ବିଭାଗର ସଚିବ ଆଡଭୋକେଟ୍‌ ଜେନେରାଲଙ୍କ ସହ ଡ୍ରାଫ୍ଟ ବିଷୟରେ ଆଲୋଚନା କରି ସାରିଛନ୍ତି। ଗତକାଲି ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ଦିଆଯାଇଛି ବୋଲି ମୁଁ ସୂଚନା ପାଇଥିଲି।

Advertisment

ଏବେ ରାଜସ୍ୱ ବିଭାଗ ସେହି ଡ୍ରାଫ୍ଟକୁ ଅଧ୍ୟୟନ କରିବ। ଅଧ୍ୟୟନ ବେଳେ ଯଦି କିଛି ଆବଶ୍ୟକ ଥାଏ, ଆମେ ଯୋଡିବୁ ଓ ଡେଭଲମେଣ୍ଟ ଅଥରିଟି ଓ ରେରା ଅଧିକାରୀଙ୍କ ସାଙ୍ଗରେ କଥାବାର୍ତ୍ତା କରିବୁ। ତା’ପରେ ଫାଇନାଲ ନୋଟିଫିକେସନ୍‌ ହେବ। ଆମେ ଆଶା କରୁଛୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସଂଶୋଧନ ହୋଇଯିବ। ତା’ ପରେ ନୋଟିଫିକେସନ୍‌ ବାହାର କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ଥିଲା। ଫଳରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇ ପାରୁନଥିଲା। ଯେଉଁମାନେ ପାର୍ଟ ପ୍ଲଟ୍ କିଣୁଥିଲେ,ପଞ୍ଜୀକରଣ ହେଉନଥିବାରୁ  ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିସହ ସରକାରଙ୍କ ରାଜସ୍ୱ ହାନି ମଧ୍ୟ ହେଉଥିଲା।

Advertisment

ଅଧିକ ପଢ଼ନ୍ତୁ: ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ

BJP Odisha Govt Suresh Pujari Plot Booking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ