/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740979743.jpg)
HelplessWomen
ଭଙ୍ଗା ମାଟି କାନ୍ଥ... ଛଣଛପର ବି ପଚିସଢ଼ି ନଷ୍ଟ ହୋଇସାରିଛି... ବୟସ ଯେମିତି ଅପରାହ୍ଣରେ ପହଞ୍ଚିଛି । ଠିକ୍ ସେମତି ଏ ଘରର ବି ଆୟୁଷ ଶେଷ ଅବସ୍ଥାରେ । ଏ ବୃଦ୍ଧା ମା’ଙ୍କ ଆଖିକୁ ଭଲକି ଦେଖା ଯାଉନାହିଁ । ଆଶା ବାଡ଼ି ହିଁ ସାଜିଛି ସାହାରା । ଅନ୍ୟର ହାତ ଟେକା ଦାନରେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଦିନ କଟୁଥିବା ବେଳେ ସରକାରୀ ସାହାଯ୍ୟ ପାଲଟିଛି ବାସନ୍ତୀ ସାହୁଙ୍କ ପାଇଁ ସାତ ସପନ ।
ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୋରଖନାଥ ମନ୍ଦିର ନିକଟରେ ବାସନ୍ତୀଙ୍କ ଘର। ପ୍ରଥମେ ଝିଅ ଓ ପରେ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ନିଜର ବୋଲି କହିଲେ ତାଙ୍କର ଆଉ କେହି ନାହିଁ । ଯଦି କିଛି ଅଛି ତେବେ କେବଳ ଏହି ଝାଟିମାଟି ଘର ଖଣ୍ଡକ । ଆଧାରକାର୍ଡ ନଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ବାସନ୍ତୀ ।
ଅଧିକ ପଢ଼ନ୍ତୁ: ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ
ଚାଉଳ ହେଉ କି ଭତ୍ତା କି ଘର ଖଣ୍ଡେ, କିଛି ବି ଦେଇନି ପ୍ରଶାସନ । ଏନେଇ ସରକାରୀ ବାବୁଙ୍କୁ ଅନେକ ଥର ଗୁହାରୀ କରିଥିଲେ ବି କିଛି ସୁଫଳ ମିଳିପାରିନାହିଁ । ଫଳରେ ଏମିତି କଟୁଛି ବାସନ୍ତୀଙ୍କ ଦିନ । ତେଣୁ ଖୁବ୍ ଶୀଘ୍ର ତାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)