Advertisment

Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ, ଗୁଳି ମାଡ଼ର ଘଣ୍ଟାଏ ଯାଏଁ ବଞ୍ଚିଥିଲେ ପ୍ରଶାନ୍ତ

ଗତକାଲି ପରଠୁ ଏହି ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ ।

ଅଦ୍ୟତନ ହୋଇଛି
undefined

ଘଣ୍ଟାଏ ବଞ୍ଚିଥିଲେ ପ୍ରଶାନ୍ତ

Advertisment

କାଶ୍ମୀର ଉପତ୍ୟକାର ବରଫ ପାହାଡ଼ରେ ଯେଉଁ ୨୮ ଜୀବନ ଦୀପକୁ ଲିଭାଇ ଦେଇଥିଲେ ଧର୍ମାନ୍ଧ ଆତଙ୍କୀ, ତାରି ଭିତରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କୁ ହରାଇ ଝୁରୁଛି ଓଡ଼ିଶା । ଯିଏ ଗୁଳିମାଡ଼ ପରେ ଘଣ୍ଟାଏ ଧରି ବଞ୍ଚିଥିଲେ । କିନ୍ତୁ କେହି ସହାୟତା କଲେନି ବୋଲି ଶେଷରେ ଆଖିବୁଜିଲେ । ଆଜି ପ୍ରଶାନ୍ତଙ୍କ ପାଇଁ କାନ୍ଦୁଛି ସାରା ବାଲେଶ୍ବର । ତେଣେ ଗୃହମନ୍ତ୍ରୀ ଅମିତ ଶାହ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ପ୍ରଶାନ୍ତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୀନଗରରେ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ବନା ଦେଇଛନ୍ତି । ଆଜି ଭୁବନେଶ୍ବର ଫେରୁଛି ପ୍ରଶାନ୍ତଙ୍କ ମରଶରୀର, ତାପରେ ବାଲେଶ୍ବର ଇସାଣୀ ଗାଁକୁ ନିଆଯାଇ ଶେଷକୃତ୍ୟ କରାଯିବ ।

Advertisment

ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି

ଗତକାଲି ପରଠୁ ଏହି ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ । ପତ୍ନୀ ପ୍ରିୟଦର୍ଶିନୀ ଧରିଥିଲେ କ୍ୟାମେରା, ସ୍ବାମୀ ପ୍ରଶାନ୍ତ ବନାଉଥିଲେ ରିଲ୍ସ । ହେଲେ ଆତଙ୍କୀଙ୍କ ଅନ୍ଧାଧୂନ ଗୁଳିବର୍ଷା ଭିତରେ ଟଳିପଡ଼ିଲେ ୪୧ ବର୍ଷିୟ ପ୍ରଶାନ୍ତ । ଚୁରମାର ହୋଇଗଲା ସବୁକିଛି ।

Advertisment

ମଙ୍ଗଳବାର ୯ ବର୍ଷର ପୁଅ ଏବଂ ପତ୍ନୀ ପ୍ରିୟଦର୍ଶିନୀଙ୍କ ସହ କାଶ୍ମୀର ବୁଲିବାକୁ ଯାଇଥିଲେ ପ୍ରଶାନ୍ତ । ଅପରାହ୍ନରେ ପହଲଗାମର ସୌନ୍ଦର୍ଯ୍ୟ ଭିତରେ ନିଜକୁ ହଜାଉ ହଜାଉ ହଜିଗଲା ସବୁକିଛି । ଗୁଳିମାଡ଼ରେ ଛଟପଟ ସ୍ବାମୀଙ୍କୁ ବଞ୍ଚାଇବାକୁ ଆଖପାଖରେ ଥିବା ଲୋକଙ୍କୁ ନେହୁରା ବି ହେଉଥିଲେ ପତ୍ନୀ । ଘଣ୍ଟାଏ ଧରି ସମସ୍ତଙ୍କୁ ନିବେଦନ ବି କରିଥିଲେ ପତ୍ନୀ ପ୍ରିୟଦର୍ଶିନୀ । ପୁଅ ବି ବାପା ପ୍ରଶାନ୍ତଙ୍କୁ ପାଣି ଦେଇଛି । କିନ୍ତୁ କେହି ବି ସାହାଯ୍ୟ କଲେନି । ବ୍ୟର୍ଥ ହୋଇଗଲା ସବୁ ନିବେଦନ ।

ହରିୟାଣାରେ ରହୁଥିବା ପ୍ରଶାନ୍ତଙ୍କ ଭଉଣୀ ଶ୍ରାବଣୀଙ୍କ କହିବା କଥା, ଆଜି ଶ୍ରୀନଗରରୁ ଦିଲ୍ଲୀ ଫେରିଥାନ୍ତେ ପ୍ରଶାନ୍ତ । ସେଠାରେ ଶନିବାର ଯାଏଁ ରହି ବାଲେଶ୍ବର ଫେରିଥାନ୍ତେ । ପ୍ରଶାନ୍ତଙ୍କ ଜନ୍ମଦିନ ଥିବାରୁ ଭାଇ ଆସିଲେ କେକ୍ କାଟିବେ ବୋଲି ଭଉଣୀ ଶ୍ରାବଣୀ କେକ୍ ବି ଅର୍ଡର୍ କରିଥିଲେ । ଆଜି ଭାଇ ଫେରିଛନ୍ତି ସତ, ହେଲେ ଜୀବନ୍ତ ନୁହେଁ, ଫେରିଛି ମୃତଦେହ ।

Advertisment

ଆତଙ୍କୀ ହମଲାରେ ନିହତଙ୍କୁ ଶ୍ରୀନଗର ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଗୃହମନ୍ତ୍ରୀ ଅମିତ ଶାହ ଆଜି ପ୍ରଶାନ୍ତଙ୍କ ପରିବାରକୁ ବି ଭେଟିଛନ୍ତି। ପ୍ରଶାନ୍ତଙ୍କ ପୁଅର ମୁଣ୍ଡକୁ ଆଉଁସିବା ସହ ପତ୍ନୀ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ପାର୍ଲାମେଣ୍ଟର ପବ୍ଲିକ ଆକାଉଣ୍ଟ କମିଟି ମିଟିଂରେ ଯୋଗ ଦେବାକୁ ଶ୍ରୀନଗର ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅକୁ ଜଣାଇଥିଲେ ସମବେଦନା। ଏହି ସମୟରେ ଅପରାଜିତାଙ୍କୁ ଜାବୁଡ଼ି ଭୋ ଭୋ କାନ୍ଦି ଉଠିଥିଲେ ପ୍ରଶାନ୍ତଙ୍କ ପତ୍ନୀ ।

ପ୍ରଶାନ୍ତ ଶତପଥୀ । ବାଲେଶ୍ବର ସୋମନାଥପୁରସ୍ଥିତ CIPETରେ କାର୍ଯ୍ୟ କରୁଥିଲେ ଆକାଉଣ୍ଟାଣ୍ଟ ଭାବେ । ବାଲେଶ୍ବର ସଦର ବ୍ଳକର ପବ୍ଲିକ କୋର୍ଡିନେଟର ଭାବେ କାର୍ଯ୍ୟ କରୁଥିବା ପ୍ରିୟଦର୍ଶନୀଙ୍କୁ ବିବାହ କରିଥିଲେ ୨୦୧୧ ମସିହାରେ। ପ୍ରଶାନ୍ତଙ୍କ ଭଳି ମେଳାପି, ସ୍ନେହୀ ଏବଂ ପରୋପକାରୀ ବ୍ୟକ୍ତିତ୍ବଙ୍କୁ ହରାଇ ଶୋକରେ ବୁଡ଼ିଛି ଇସାଣୀ ଗାଁ । ସମବେଦନା ପାଇଁ ଘରକୁ ଛୁଟୁଛି ସାଧାରଣ ଜନତାଙ୍କଠୁ ରାଜନେତାଙ୍କ ସୁଅ । ସମସ୍ତେ ଏବେ ଅନାଇ ରହିଛନ୍ତି, ପ୍ରଶାନ୍ତଙ୍କ ପାର୍ଥିବ ଶରୀରକୁ। ଶେଷ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ବି କରାଯାଇଛି।

ଅଧିକ ପଢ଼ନ୍ତୁ: 'ମ୍ୟାଡମ୍‌ ! ମୋ ସ୍ୱାମୀଙ୍କୁ ସେମାନେ ମୋ ଆଗରେ ଗୁଳି କରି ମାରିଦେଲେ ! ମୋ ପିଲା ଏବେ କ'ଣ କରିବ ?

Odisha Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ