Advertisment

Pravasi Bharatiya Divas: ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ; ଉଠୁଛି ପଡ଼ୁଛି ଭୁବନେଶ୍ୱର

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଗତକାଲି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଦ୍ୟତନ ହୋଇଛି
Pravasi Bharatiya Divas

Pravasi Bharatiya Divas

Advertisment

ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମେଳନ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏ ବିଶାଳ ଆୟୋଜନ ହେଉଥିବାରୁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ବର। ଭୁବନେଶ୍ୱରେ ପ୍ରବାସୀଙ୍କ ପାଇଁ ଆୟୋଜିତ ହେଉଛି ସ୍ୱତନ୍ତ୍ର ମେଳା ଆଉ ପ୍ରଦର୍ଶନୀ। ପାର୍କ ଫେଷ୍ଟିଭାଲକୁ ଫୁଲ ପ୍ରଦର୍ଶନୀ ପୁଣି ରାଜାରାଣୀ ସଙ୍ଗୀତ ଉତ୍ସବ ଆଉ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ବି ଆୟୋଜିତ ହୋଇଛଇ । ଏଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସଂସ୍କୃତି ଓ ପରଂପରା ସହ ପ୍ରବାସୀଙ୍କୁ ପରିଚିତ କରିବାକୁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ।

Advertisment

ଆଜି ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧିତ କରିବେ ବୈଦେଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ହେବ ଆଲୋଚନା। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ। ଶେଷ ଦିନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ମଧ୍ୟ ଏକ ସେସନ ରହିବ। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ପ୍ରବାସୀ ଭାରତୀୟ। ସେମାନେ ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଡବଲ ଡେକର୍ ବସ୍ ରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ।

Advertisment

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଗତକାଲି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିଭଳି ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି , ପରମ୍ପରା ଆଦି ପ୍ରଦର୍ଶିତ ହେଉଛି। ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରବାସୀଙ୍କ ପାଇଁ ସଂଗ୍ରହାଳୟରେ ଆଉ ୯ଟି ଗ୍ୟାଲେରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିର ଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ-୨୦୨୫ ଏବଂ ରାଜ୍ୟ ସଂଗ୍ରହାଳୟ ଠାରେ ଲୋକ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ ପ୍ରଦାନ କରିବ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ ତାରିଖ ଦିନ ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିବେ। ୧୦ ତାରିଖ ଦିନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ