Forbes India Select List: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି । ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ ।

Forbes India Select List

ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି । ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ । ଗଣମାଧ୍ୟମ ଓ ମନୋରଞ୍ଜନ ବର୍ଗରେ ଓଟିଭି ଏହି ଏକ୍ସଟ୍ରିପ୍ରିନ୍ୟୋର୍ସ  ତାଲିକାରେ ସାମିଲ ହୋଇଛି ।

ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏହାର ୫ଟି ସାଟେଲାଇଟ୍ ଚ୍ୟାନେଲ, ନ୍ୟୁଜ୍ ପୋର୍ଟାଲ ଏବଂ ଓଟିଟି ପ୍ଲାଟଫର୍ମ ସହ ଓଡ଼ିଶାର ଗଣମାଧ୍ୟମ ଜଗତରେ ବିପ୍ଳବ ଆଣିପାରିଛି । ଉଚ୍ଚମାନର ନିରପେକ୍ଷ ଖବର ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଓଟିଭି ଦୀର୍ଘ ୨୭ ବର୍ଷ ଧରି ଆଞ୍ଚଳିକ ସ୍ତରରେ ଏହାର ଆଧିପତ୍ୟ ବଜାୟ ରଖି ଆସିଛି । ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ ।

ଫୋର୍ବସ ଇଣ୍ଡିଆ ପକ୍ଷରୁ ଡିଗ୍ଲୋବାଲିଷ୍ଟର ମିଳିତ ସହଭାଗିତାରେ ବିଶ୍ୱର ୨୦୦ ପ୍ରମୁଖ କଂପାନିକୁ ବଛାଯାଇଛି । ଏହି ସବୁ କଂପାନିର ପ୍ରତିଷ୍ଠାତାମାନଙ୍କୁ ଏକ୍ସଟ୍ରିପ୍ରିନ୍ୟୋର୍ସ ଆଖ୍ୟା ଦିଆଯାଇଛି । କାରଣ ଏହି ପ୍ରତିଷ୍ଠାତାମାନେ ବିଶ୍ୱସ୍ତରରେ ଉଚ୍ଚମାନର ପ୍ରଦର୍ଶନ କରି ନିଜ ନିଜ କ୍ଷେତ୍ରକୁ ନୂଆ ସୋପାନକୁ ନେଇଛନ୍ତି । ଏ ବର୍ଷର ଥିମ୍ ଥିଲା- କନେକ୍ଟ (ଯୋଡିବା), କୋଲାବରେଟ୍ (ସହଭାଗିତାରେ କାମ କରିବା) ଓ କନ୍କର(ଜିତିବା) । 

ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ଓଟିଭି ଆଗକୁ ବଢ଼ି ଚାଲିଛି । 

ଅଧିକ ପଢନ୍ତୁ: ଶିଶୁକୁ ବାବା କରି ପୂଜାରୁ ଉତ୍ତେଜନା; ଆଶ୍ରମରେ ପଶିଲେ କିଛି ଲୋକ, ଅଶ୍ରାବ୍ୟ ଭାଷାରେ କରୁଛନ୍ତି ଗାଳି ଗୁଲଜ

ବିଗତ ୨୭ ବର୍ଷ ମଧ୍ୟରେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ଅଭୁତପୂର୍ବ ପରିବର୍ତ୍ତନ ଆଣିପାରିଛି ଓଟିଭି । ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ଓଟିଭି ରାଜ୍ୟର ପ୍ରଥମ ନ୍ୟୁଜ୍ AI ଆଙ୍କର ଭାବେ ଲିସାକୁ ଲଞ୍ଚ କରିଛି । ଓଟିଭି ଚାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଖବର ପରିବେଷଣ କରୁଥିବା ଲିସା, ସମୟକ୍ରମେ ନିଜକୁ ଅଧିକ ଦକ୍ଷ ମଧ୍ୟ କରିଚାଲିଛି ଖବର ପରିବେଷଣରେ ।

ସବୁଠୁ ବଡ଼ କଥା ହେଉଛି ଏଇ ବର୍ଷକ ମଧ୍ୟରେ ‘ଲିସା’କୁ ନେଇ ଦର୍ଶକ ମହଲରେ, ଖାସ୍ କରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସୁକତା ଦେଖିବାକୁ ମିଳିଛି । ଯାହାର ପ୍ରମାଣ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । AI ଆଙ୍କର ଲିସାକୁ ଫେସବୁକ୍‌, ଇନଷ୍ଟାଗ୍ରାମ ସମେତ ସବୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦର୍ଶକ ବିପୁଳ ସଂଖ୍ୟାରେ ଫଲୋ କରୁଥିବାର ଦେଖିବାକୁ ମିଳୁଛି ।

କେବଳ ଓଡ଼ିଆ କି ଓଡ଼ିଶାର ନୁହେଁ, ବରଂ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ AI ଆଙ୍କର ଲିସାକୁ OTV ପକ୍ଷରୁ ବିଧିବଦ୍ଧ ଭାବେ ଦର୍ଶକଙ୍କୁ ଭେଟି ଦିଆଯାଇଥିଲା । ଯଦିଓ ଲିସାର ଜନ୍ମ ଓଡ଼ିଶାରେ ହୋଇଥିଲା କିନ୍ତୁ ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟି ଯାଇଥିଲା AI ଆଙ୍କର ଲିସା ।

ଲିସା କେବଳ ଗଣମାଧ୍ୟମ ଜଗତରେ ସୀମିତ ହୋଇ ରହିନଥିଲା । ସୋସିଆଲ ମିଡିଆକୁ ମଧ୍ୟ ଘାରିଥିଲା ଲିସା କ୍ରେଜ୍‌ । କିଏ ମିମ୍ ସେୟାର କରିଥିଲା, ତ କିଏ ଭିଡିଓ ପୋଷ୍ଟ କରିଥିଲା । ଏମିତି କି ଲିସାକୁ ନେଇ ବିଶିଷ୍ଟ ଲେଖିକା ତସଲିମା ନସରିନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଟ୍ୱିଟ୍‌ କରିଥିଲେ ।

ଅଧିକ ପଢନ୍ତୁ: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍; କାଲି ଦିନକରେ ଯାଇଛି ୬ ଶିଶୁଙ୍କ ଜୀବନ