Advertisment

​​​​​​​OSSSC ପରୀକ୍ଷାରେ ଘୋଟାଲା ! ଅଫିସ୍ ଆଗରେ ଚାକିରି ଆଶାୟୀଙ୍କ ଗର୍ଜନ

ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି ।

author-image
Satyendu Shekher Mishra
undefined

Scam

OSSSC ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ଅଭିଯୋଗ । ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ଜୋରଦାର ଦାବି। ଏହି ଦାବିରେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା OSSSC କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ।

Advertisment

ଏହି ନିଯୁକ୍ତି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଆନ୍ଦୋଳନକାରୀଙ୍କ ଅଭିଯୋଗ ଯେ, ଗତ ୩ ତାରିଖରେ ପ୍ରକାଶିତ ଫାଇନାଲ ମେରିଟ୍ ଲିଷ୍ଟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ପରୀକ୍ଷା, ଫଳ ପ୍ରକାଶନ ଓ ପ୍ରାର୍ଥୀ ଚୟନରେ ହୋଇଛି ବ୍ୟାପକ ଅନିୟମିତତା। ଏମାନଙ୍କ ଅଭିଯୋଗ, ଗତବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରୀକ୍ଷାରେ ଯେଉଁମାନେ ମାଇନସ୍ ମାର୍କ ରଖିଥିଲେ, ସେହିମାନଙ୍କ ଭିତରୁ ୩୦ରୁ ଅଧିକ ପରିକ୍ଷାର୍ଥୀଙ୍କୁ ମେରିଟ୍ ଲିଷ୍ଟରେ ସ୍ଥାନ ମିଳିଛି। ତେଣୁ ୟା ପଛରେ କିଛି ରାକେଟ୍ କାମ କରିଥିବା ସନ୍ଦେହ କରୁଛନ୍ତି ଆନ୍ଦୋଳନକାରୀ ପରୀକ୍ଷାର୍ଥୀ। 

ସେପଟେ OSSSCର ସଂପାଦକ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବସିଥିବାରୁ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

Advertisment

OSSSC ପକ୍ଷରୁ ଗତ ବର୍ଷ ଅକ୍ଟୋବର ମାସରେଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା। ଆଉ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା ଏଇ ମାସ ୩ ତାରିଖରେ। ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ମାତ୍ରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ବିବାଦ ପଛର କାରଣ ଥିଲା ଗତବର୍ଷର ପିଇଓ ପରୀକ୍ଷା ଓ ନିକଟରେ ପ୍ରକାଶିତ OSSSC କଂବାଇନ୍‌ଡ୍ ଏକ୍ଜାମିନେସନ୍ ଗ୍ରୁପ-C ରେଜଲ୍ଟର ତୁଳନାତ୍ମକ ତଥ୍ୟ।

ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ ପିଇଓ ପରୀକ୍ଷାରେ ୧୮୦ରୁ ରଖିଥିଲେ ମାଇନସ୍ ୭। କିନ୍ତୁ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାରେ ୧୫୦ରୁ ରଖିଛନ୍ତି ୧୦୦। ସେମିତି ଆଉ ଜଣେ ପ୍ରାର୍ଥୀ ପିଇଓ ପରୀକ୍ଷାରେ ରଖିଥିଲେ ୯.୫ ପ୍ରତିଶତ ମାର୍କ। ଆଉ ଫରେଷ୍ଟ ଗାର୍ଡ ପରୀକ୍ଷାରେ ପାଇଛନ୍ତି ୯୯.୯୮୪ ପର୍ସେଣ୍ଟାଇଲ୍। ପିଇଓରେ ମାଇନସ୍ ସ୍କୋରର ପ୍ରାର୍ଥୀ ଗ୍ରୁପ-Cରେ କେମିତି ଟପ୍ ସ୍କୋରର ହେଲେ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବହୁ ପରୀକ୍ଷାର୍ଥୀ। ଏପରିକ ନିଜ ଏକାଡେମିକ୍ କ୍ୟାରିୟରରେ ଦୁର୍ବଳ ପ୍ରଦର୍ଶନ କରିଥିବା ପିଲା ମଧ୍ୟ ଟପ୍ ସ୍କୋରର ତାଲିକାରେ ଥିବାରୁ ଏହାକୁ ନେଇ ପିଲାଙ୍କ ସନ୍ଦେହ ବଢ଼ିଛି।

ଏପଟେ ଏ ଘଟଣାକୁ ନେଇ ତେଜିଛି ରାଜନୀତି। ପିଲାଙ୍କ ଅଭିଯୋଗ ଓ ଭବିଷ୍ୟତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ଦଳର ନେତା।

OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଉ ଆଜି ଆନ୍ଦୋଳନ ପରେ ଏହି ପରୀକ୍ଷାକୁ ପୁନର୍ବାର ଅଫ ଲାଇନରେ କରିବା ଦାବିର ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ସେ ଘଟଣାରେ ଏଯାଏଁ ନିରବ ରହିଛନ୍ତି OSSSC କର୍ତ୍ତୃପକ୍ଷ।

Job Scam
Advertisment
Advertisment