• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କେତେ ତାରିଖ ଗଡ଼ାଇବ OSSSC ? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀ । RI, ARI, ICDS ସୁପରଭାଇଜର ଓ ଅମିନ ଭଳି ପଦବି ପାଇଁ ୭ ମାସ ତଳେ ଆବେଦନ କରିଥିଲେ ପରୀକ୍ଷାର୍ଥୀ । ହେଲେ ଆଜିଯାଏ ପରୀକ୍ଷା ତାରିଖ ସ୍ଥିର କରିପାରୁନି ଓଡ଼ିଶା ସବ୍- ଅଡିନେଟ୍ ଷ୍ଟାଫ ସିଲକେସନ କମିଶନ ବା OSSSC । ୭ ମାସ ଭିତରେ ୭ଥର ପରୀକ୍ଷା ତାରିଖ ପରିବର୍ତ୍ତନ କରିଛି ।

ଅଥଚ ପରୀକ୍ଷା କେବେ ହେବ ସେନେଇ ନିର୍ଦ୍ଦିଷ୍ଟ ଉତ୍ତର OSSSC ପାଖରେ ଉତ୍ତର ନାହିଁ । ସେପଟେ ANM ପାଇଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସରିବାକୁ ୭ ମାସ ବିତିଯାଇଥିଲେବି ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ କରିପାରିନି, ଯାହା OSSSCର ପାରିବାପଣିଆକୁ ପଦାରେ ପକାଇଛି । ତାରିଖ ପରେ ତାରିଖ ଘୁଞ୍ଚୁଛି କେବେ ପରୀକ୍ଷା କରିବ OSSSC ? । ଓଡିଶା ସବ୍- ଅର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ANM ପରୀକ୍ଷାର୍ଥୀଙ୍କ ପ୍ରତିବାଦ ଆଉ ସେପଟେ OSSSC ଅଫିସ ଆଗରେ ରୁଣ୍ଡ ହୋଇଛନ୍ତି ପରୀକ୍ଷାର୍ଥୀ ।

ଗତ ଡିସେମ୍ବର ମାସରେ RI, ARI, ICDS ସୁପରଭାଇଜର ଓ ଅମିନ ପଦବି ପାଇଁ OSSSC ପକ୍ଷରୁ ବିଜ୍ଞାପନ ବାହାରିଥିଲା । ହେଲେ ଏହା ଭିତରେ ୭ ଥର ବଦଳିଲାନି ପରୀକ୍ଷା ତାରିଖ । ତଥାପି ପରୀକ୍ଷା କେବେ ହେବ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିପାରୁନି OSSSC । ତୁରନ୍ତ ତାରିଖ ଘୋଷଣା ସହ ଅଫ ଲାଇନରେ ଏକାସଙ୍ଗେ ସବୁ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । 

ଗତବର୍ଷ ଡିସେମ୍ବରରେ OSSSC ମୋଟ ୨ ହଜାର ୬୨୯ଟି ପଦବି ବାହାର କରିଥିଲା । ଫେବ୍ରୁଆରୀରୁ ଆବେଦନ କରିଥିଲେ ଛାତ୍ରଛାତ୍ରୀ ।

ଏଯାଏଁ OSSSC ନିଜ ୱେବସାଇଟରେ କେବଳ ଅମିନ ପାଇଁ ଲିଖିତ ପରୀକ୍ଷା ଆସନ୍ତା ସେପଟେମ୍ବରରେ ହେବ ବୋଲି ଉଲ୍ଲେଖ କରିଛି । ହେଲେ ଅନ୍ୟ ପରୀକ୍ଷା କେବେ ହେବ ନାଁ ଗନ୍ଧ ନାହିଁ । ସେପଟେ ଫରେଷ୍ଟର, ଫରେଷ୍ଟ ଗାର୍ଡ, LSI, ଭଳି ପଦବି ପାଇଁ ପରୀକ୍ଷା ୭ ମାସ ତଳେ ସରିଛି ହେଲେ, ରେଜଲ୍ଟ ବାହାରୁନି । ଠିକ୍ ସେହିପରି ୨୫୩ଟି ANM ପଦବି ପାଇଁ ୭ ମାସ ତଳେ ପରୀକ୍ଷା ସରିବାପରେ ସାର୍ଟିଫିକେଟ୍ ଯାଞ୍ଚ ସରିଛି । ହେଲେ ଏଯାଏ ଫାଇନାଲ ମେରିଟ ଲିଷ୍ଟ ବାହାର କରିପାରିନଥିବାରୁ ବାରମ୍ବାର ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପରୀକ୍ଷାର୍ଥୀ । 

ସେପଟେ ଏନେଇ OSSSCର ଅଧ୍ୟକ୍ଷ ଏବଂ ସଂପାଦକଙ୍କୁ ଯୋଗାଯୋଗ କରାଯାଇଥିଲେ ବି କ୍ୟାମେରା ଆଗରେ କିଛି କହିନାହାଁନ୍ତି । ବରଂ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଥିଲେ ସବୁ ତଥ୍ୟ ୱେବସାଇଟରେ ଉପଲବ୍ଧ ଅଛି । ସେପଟେ ଓଡିଶା ଷ୍ଟାଫ୍ ସିଲେକସନ କମିଶନର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବା ଉଭୟେ ସରକାର ଏବଂ OSSSCର ଦାୟିତ୍ୱ । 

ଯଦି ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଠିକଣା ସମୟରେ ପରୀକ୍ଷା କରି ରେଜଲ୍ଟ ବାହାର କରିପାରୁଛି ତେବେ ଓଡିଶା ସବ-ଅଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ କାହିଁକି ସ୍ଥାଣୁ ହୋଇଯାଇଛି, ତାହା ଏବେ ବଡ଼ ପ୍ରଶ୍ନ । 

  • Reported by:
  • RASHMIRANJAN DAS , Niranjan Behera

OTV is now on Whatsapp

Join and get latest news update delivered to you via whatsapp

Join Now