Advertisment

Kiit University: କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜିଥିଲେ ସୁରକ୍ଷା ଢାଲ ?

୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି? ସବୁ ସରକାରୀ ଅନୁଦାନ ପାଇବା ସତ୍ତ୍ବେ କିଟ୍ ଓ କିସ୍ କାହିଁକି ଆରଟିଆଇ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଛି ଓସା ।

ଅଦ୍ୟତନ ହୋଇଛି
undefined

KIIT University

Advertisment

କାହିଁକି ସୂଚନା ଅଧିକାର ଆଇନ୍ ପରିସରକୁ ଆସୁନି କିଟ୍ ଏବଂ କିସ୍ ? ଦୁନିଆ ଆଖିରୁ ବର୍ଷ ବର୍ଷ ଧରି କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜୁଛନ୍ତି ସୁରକ୍ଷା ଢାଲ ? ଏସବୁର ପୋଲ୍ ଖୋଲି ଆଜି ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଭୂମିକାକୁ ସାମ୍ନାକୁ ଆଣିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । କେବଳ ସେତିକି ନୁହେଁ, ଅଶୋକଙ୍କ ବିରୋଧରେ ଅଫିସ୍ ଅଫ୍ ପ୍ରଫିଟ୍ ର ସାଂଘାତିକ ଅଭିଯୋଗ ବି ଆଣିଛି ଓସା । 

Advertisment

ଏଜି ଥାଇ କିଟ୍ ପାଇଁ ଲଢ଼ିଲେ ପରେ ଏଜି ଥାଇ ବି ହେଲେ କିଟ୍ କୁଳାଧିପତି । ଏଭଳି ଅଭିଯୋଗ ସହ ପ୍ରେସମିଟ୍ କରି କିଟ୍ ପ୍ରସଙ୍ଗରେ ଆଜି ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କାଠଗଡ଼ାକୁ ଟାଣିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ-ଓସା । କିଟ୍ ଓ କିସ୍ କାହିଁକି ସୂଚନା ଅଧିକାର ଆଇନ୍ ପରିସରରେ ନାହାଁନ୍ତି ତାର ବି ଗୁମର ଖୋଲିଛି ଓସା । ଅଭିଯୋଗ କରି କହିଛି, ୨୦୨୧ରେ କିଟ୍‌କୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ କରିବାକୁ ରାଜ୍ୟ ସୂଚନା କମିଶନ୍ ଯେଉଁ ରାୟ ଦେଇଥିଲା ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇଥିଲା କିଟ୍ ।

ଆଉ ସବୁଠୁ ବଡ଼ କଥା ହେଉଛି, ରାଜ୍ୟ ସୂଚନା କମିଶନଙ୍କ ଭଳି ସରକାରୀ ସଂସ୍ଥା ବିରୋଧରେ ଏବଂ କିଟ୍ ସପକ୍ଷରେ ଓକିଲାତି କରିବାକୁ ପଛାଇ ନଥିଲେ ତତ୍କାଳିନ ଏଜି ଅଶୋକ ପରିଜା । ନିଜ ସାମ୍ବିଧାନିକ ପଦ ମର୍ଯାଦାକୁ ଜଳାଞ୍ଜଳି ଦେଇ ଘରୋଇ ସଂସ୍ଥା କିଟ୍ ସପକ୍ଷରେ ଏଜିଙ୍କ ଓକିଲାତି ପାଇଁ ହାଇକୋର୍ଟରୁ କିଟ୍ ରହିତାଦେଶ ହାସଲରେ ସଫଳ ହୋଇଥିଲା । କିଟ୍ ସୂଚନା ଅଧିକାର ଆଇନ୍ ପରିସରରୁ ବାହାରିଗଲା ଏବଂ ପରବର୍ତ୍ତୀ ସମୟରେ ପୁରସ୍କାର ସ୍ବରୂପ ସେଇ ଏଜି ପଦବୀରେ ଥାଇ ବି ଅଶୋକଙ୍କୁ କିଟ୍ କୁଳାଧିପତି ଦାୟିତ୍ବ ମିଳିଲା ବୋଲି ଅଭିଯୋଗ କରିଛି ଓସା ।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି? ସବୁ ସରକାରୀ ଅନୁଦାନ ପାଇବା ସତ୍ତ୍ବେ କିଟ୍ ଓ କିସ୍ କାହିଁକି ଆରଟିଆଇ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଛି ଓସା ।

ଏଠି ପ୍ରଶ୍ନ ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ହାତେଇବା ସତ୍ତ୍ବେ କାହିଁକି ସୂଚନା ଅଧିକାର ଆଇନ ପରିସରରେ ରହିବାକୁ ଚାହୁଁନାହାନ୍ତି କିଟ୍ ଓ କିସ୍ । କେଉଁ ଗଫଲତି, କେଉଁ ଜାଲିଆତି ଓ ଅନିୟମିତତାର ଗୁମର ଲୁଚାଇବାକୁ ଚାହୁଁଛନ୍ତି ମୁଖିଆ ଅଚ୍ୟୁତ ? ସେପଟେ ସରକାରଙ୍କ ମୁଖ୍ୟ ଆଇନ୍ ପରାମର୍ଶଦାତା ଥାଇ ବି କିଟ୍ ସପକ୍ଷରେ ଅଶୋକ ପରିଜାଙ୍କ ଓକିଲାତିରୁ ତତ୍କାଳୀନ ଶାସନତନ୍ତ୍ର କିଭଳି ସବୁ କ୍ଷେତ୍ରରେ କିଟ୍ କେଳାଙ୍କାରୀର ଢାଲ ସାଜୁଥିଲେ ଇଏ ତାର ପ୍ରମାଣ ବୋଲି ବି ଅଭିଯୋଗ କରିଛି ଓସା ।

Advertisment

ତେବେ ଏଜି ଭଳି ସାମ୍ବାଧିିନକ ପଦବୀରେ ଥାଇ ଜଣେ ୟୁନିଭର୍ସିଟି ଚ୍ୟାନସେଲର ହେବା ସମ୍ବିଧାନ ସମ୍ମତ ନୁହେଁ ଏବଂ ଏହା ଉଭୟ ଅଫିସ୍ ଅଫ୍ ପ୍ରଫିଟ୍ ଓ କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ ପର୍ଯ୍ୟାୟଭୁକ୍ତ ବୋଲି କହିଛନ୍ତି ସମ୍ବିଧାନ ବିଶେଷଜ୍ଞ । ତେବେ ଓସାର ଏ ସାଂଘାତିକ ଅଭିଯୋଗ ଉପରେ କିଟ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଶୋକ ପରିଜା ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।.

ଅଧିକ ପଢ଼ନ୍ତୁ: ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

Odisha News Odisha BJD Achyuta Samanta KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ