Advertisment

ଭରତପୁର କାଣ୍ଡ; ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ

ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Orissa High Courts

Orissa High Courts

ବଡ଼ ଖବର । ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ  ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଡିଜି ଆଧୁନିକୀକରଣଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମାମଲା ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ ।  

Advertisment

ଏପଟେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା। ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ। 

ଅନ୍ୟପଟେ ନ୍ୟାୟ ନିଶ୍ଚିତ ମିଳିବ। ଆଜି କିଛି ଏଭଳି କହିଛନ୍ତି ଭାରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ। ଓଟିଭିକୁ ସ୍ବତନ୍ତ୍ର ଭାବେ ସୂଚନା ଦେଇ ବଡ଼ ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ୍ ଦାଶ। ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀ ତଦନ୍ତ ପରିସରଭୁକ୍ତ ହେବେ। ଉଭୟ ଜୁଡିସିଆଲ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଦରକାର। ଉଭୟ ତଦନ୍ତର ଦିଗ ଅଲଗା ଅଲଗା ଭାବେ ଗତି କରିବ। ସବୁଠୁ ବଡ଼ କଥା ହେଉଛି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ଦାଶ। 

Advertisment

ଭିଡିଓର କ’ଣ ସତ୍ୟାସତ୍ୟ ରହିଛି ସେ ସବୁ ଖୋଜାଯିବ। ଯେଉଁ ଭଳି ଭାବେ ଝିଅର ଚରିତ୍ର ସଂହାର କରାଯାଉଛି ତାହା ଆଦୌ ଠିକ୍ ନୁହେଁ। ଚରିତ୍ର ସଂହାର କରିବା କାହାର ବି ଅଧିକାରୀ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଜଷ୍ଟିସ୍। ସବୁ ଦିଗରୁ ତଦନ୍ତ ହେବ, ସବୁ ପକ୍ଷକୁ ତଦନ୍ତ ପରିସରଭୁକ୍ତ କରାଯିବ। ଆର୍ମି ଅଫିସରଙ୍କ ବିରୋଧରେ ବିଶେଷ କ୍ଷେତ୍ର ବିନା ଫୌଜଦାରୀ ମାମଲା ମନା ରହିଛି। ସେଭଳି କ୍ଷେତ୍ରକୁ ବି ଧ୍ୟାନରେ ରଖି ତଦନ୍ତ କରାଯିବ ବୋଲି ଦୋହରାଇଛନ୍ତି ଜଷ୍ଟିସ୍ ଦାଶ।

High Courts
Advertisment
Advertisment