Advertisment

Naveen in Delhi: ଦିଲ୍ଲୀ ଗଲେ ନବୀନ, କାହାକୁ ସମର୍ଥନ ଦେବ ବିଜେଡି ?

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗଲେ ନବୀନ । ବିଜେଡି ସାଂସଦଙ୍କ ସହ ଆଲୋଚନା କରିବେ । ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ନାନା ଚର୍ଚ୍ଚା । ନବୀନଙ୍କ ଗସ୍ତକୁ ନେଇ ସରଗରମ ଜାତୀୟ ରାଜନୀତି ।

author-image
Jnanadarsi Sahoo
Naveen has visited Delhi before the Vice Presidential elections

Naveen has visited Delhi before the Vice Presidential elections

ଭୁବନେଶ୍ବର : ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ବିଜେଡ଼ି ସାଂସଦ ମାନଙ୍କ ସହ ସେ ଆଲୋଚନା କରିବେ। ଗତକାଲି ବିଜେଡି ପିଏସି ସଦସ୍ୟଙ୍କ ସହିତ ନବୀନ ନିବାସରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ନବୀନ। ଦଳର ଆଭିମୁଖ୍ୟ ନେଇ ନବୀନ ଖୁବଶୀଘ୍ର ଚୁଡାନ୍ତ ନିଷ୍ପତ୍ତି ନେବେ । ଏସବୁ ଭିତରେ ବିଜେଡିର ଆଭିମୁଖ୍ୟ, ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି ।

Advertisment

ଏବେ ଯାଏ ବିଜେଡି କାହାକୁ ସମର୍ଥନ ଦେବ ତାହା ଦଳ ଘୋଷଣା କରି ନାହିଁ। ନବୀନଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ ଆହୁରି ବଢାଛି। 

Naveen Patnaik Vice President
Advertisment
Advertisment