Advertisment

Mahaprasad: ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ ! ଆଇନମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁ ଆଶ୍ବସ୍ତ

ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ ।

undefined

ଶହେ ଟଙ୍କାରେ ପେଟପୂରା ଅବଢ଼ା !

Advertisment

ଅଗଣିତ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ମାତ୍ର ଶହେ ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ପେଟପୂରା ମହାପ୍ରସାଦ । ରାଜ୍ୟ ସରକାର ୟା ଉପରେ ବିଚାର ବିମର୍ଶ କରୁଥିବା ଖୋଦ୍ ଆଇନ ମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସି । ତେଣେ ସରକାରଙ୍କ ଏ ନିଷ୍ପତ୍ତିକୁ ସୁଆର ମହାସୁଆର ନିଯୋଗ ସ୍ବାଗତ କରିଥିଲେ ବି ମହଙ୍ଗା ସାମଗ୍ରୀ କିଣି କମ୍ ଟଙ୍କାରେ କେମିତି ବିକିବୁ ବୋଲି ପ୍ରଶ୍ନ କରିଛି । ତା ସହ ଏ ଦିଗରେ ସରକାରଙ୍କ ତାଙ୍କ ନିଯୋଗ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛନ୍ତି ସଂପାଦକ ।

Advertisment

ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । ଦିନକ ତଳେ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମ ଅବସରରେ ଏ ସଙ୍କେତ ଦେଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଅଧିକ ସୂଚନା ଦେଇ କହିଛନ୍ତି-ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ଡପର ବି ପରିକଳ୍ପନା ଚାଲିଛି । ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କିପରି ଉକ୍ତ ଅନ୍ନଯଜ୍ଞ ମଣ୍ଡପରେ ମହାପ୍ରସାଦ ପାଇପାରିବେ ସେ ଦିଗରେ ମଧ୍ୟ ଗୁରୁତ୍ବର ସହ ଚିନ୍ତା କରାଯାଉଛି।

ଅଧିକ ପଢ଼ନ୍ତୁ: ଉଜୁଡି ଯାଇଛି ସୁନାର ଫସଲ, ଟଙ୍କା ମିଳିଲା ବେଳକୁ ତାଲିକାରୁ ବାଦ୍ ଅସଲ ଅନ୍ନଦାତା

Advertisment

ଶହେ ଟଙ୍କାରେ ପେଟପୂରା ଅବଢ଼ା, ମନ୍ତ୍ରୀଙ୍କ ମୁହଁରୁ ଏକଥା ଶୁଣି ଭକ୍ତ ଖୁସି । ସେମାନଙ୍କ କହିବା କଥା-ଦୁଇ ବର୍ଷ ଭିତରେ ଶ୍ରୀମନ୍ଦିରରେ ଅବଢ଼ା ଦର ଦୁଇ ଗୁଣା ହୋଇ ଯାଇଛି । ସାଧାରଣ ଭକ୍ତଟିଏ ପରିବାର ଧରି ଗଲେ ୨ହଜାର ଟଙ୍କା ଦେଲେ ବି ୭ରୁ ୮ ଜଣ ପେଟପୁରା ମହାପ୍ରସାଦ ସେବନ କରିପାରୁ ନାହାନ୍ତି। ଖାଲି ଅନ୍ନ କି ଖେଚୁଡ଼ି ଡାଲମା ଭଳି ଶଙ୍ଖୁଡ଼ି ଭୋଗ ନୁହେଁ ଖଜା ସହ ଅନ୍ୟ ଶୁଖିଲି ଭୋଗ ମଧ୍ୟ ଏତେ ମହଙ୍ଗା ହୋଇଛି ଯେ, ଘରକୁ କିଣି ନେବାକୁ ଭକ୍ତ ପକେଟକୁ ଖୁବ୍ ବାଧୁଛି। ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେଲେ ଭଲ।

ସେପଟେ ସୁଆର-ମହାସୁଆର ନିଯୋଗ ବି ଅବଢ଼ା ଅମୂଲମୂଲ ହୋଇଥିବା କଥା ସ୍ବୀକାର କରିଛି। ନିଯୋଗର ସଂପାଦକ କହିଛନ୍ତି- ଆଗେ କମ୍ ଦରର ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା, ହେଲେ ଏବେ ଓମଫେଡ୍ ଘିଅରେ ହେଉଛି। ତାସହ ସେମାନେ କିଣୁଥବା ଜାଳେଣି କାଠଠୁ ଧରି ଭୋଗ ରନ୍ଧା ସାମଗ୍ରୀ, ସବୁ ରେଟ୍ ବଢ଼ିଛି। ତେଣୁ ସେମାନେ ଅବଢ଼ା ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ତଥାପି ଆନନ୍ଦ ବଜାରରେ ଶହେ ଟଙ୍କାରେ ଅବଢ଼ା ବିକ୍ରି କରୁଛନ୍ତି। ଆଇନ ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ, ହେଲେ ଏ ଦିଗରେ ନିଯୋଗ ସହ ଆଲୋଚନା ଜରୁରୀ। ଏବେ ଜଗନ୍ନାଥ ଭକ୍ତଙ୍କ ଅପେକ୍ଷା- କେବେ ମାତ୍ର ଶହେ ଟଙ୍କାରେ ଶ୍ରୀମନ୍ଦିରରେ ସମ୍ଭବ ହେଉଛି ପେଟପୂରା ମହାପ୍ରସାଦ ସେବନ।

Advertisment

ଅଧିକ ପଢ଼ନ୍ତୁ: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

Puri Srimandir Law Minister Puri Mahaprasad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ