Advertisment

ଆବର୍ଜନା କୁଣ୍ଡରେ ପରିଣତ ହେଲାଣି ସ୍ମାର୍ଟ ପୋଖରୀ, ପାଣିରେ ପଡ଼ିଲା କୋଟିଏରୁ ଅଧିକ ଟଙ୍କା

ସହରର ଉପକଣ୍ଠରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଆଦର୍ଶ ପୋଖରୀ । କିନ୍ତୁ ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା ।

ଅଦ୍ୟତନ ହୋଇଛି
Once-Model Smart Pond in Kendrapara Now Lies Neglected

Smart Pond

Advertisment

କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତରେ ରହିଛି ଆଦର୍ଶ ଜେନା ପୋଖରୀ । ୨୦୨୨ ମସିହାରେ କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ପୋଖରୀର ନବୀକରଣ ଓ ପୁନଉଦ୍ଧାର କରାଯାଇ ଏକ ଅତ୍ୟାଧୁନିକ ପୋଖରୀରେ ପରିଣତ କରିଥିଲା ଜିଲ୍ଲା ପ୍ରଶାସନ । ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା । ପୋଖରୀ ଏବଂ ଏହା ସଲଂଗ୍ନ ଜମିର ବିକାଶ କରଯାଇଥିଲା । ପୋଖରୀକୁ ପଥର ଛାଉଣୀ କରାଯାଇ ସେଥିରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ପୋଖରୀ ଚାରିପାଖରେ ସୋଲାର ଲାଇଟ ଲଗାଯାଇଥିଲା। ସେହିପରି ପୋଖରୀ ନିକଟରେ ପାର୍କ ତିଆରି କରାଯାଇ ଲୋକ ମାନଙ୍କ ବସିବା ପାଇଁ ଷ୍ଟିଲ ବେଞ୍ଚ, ଛତା, ମୁକ୍ତାକାଶ ଜିମ ନିର୍ମାଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଖତ୍ ଖାଉଛି । ବୋଟ ଭାଙ୍ଗିରୁଜି ଗଲାଣି। ଲାଇଫ ଜ୍ୟାକେଟ ଖତ ଖାଉଛି । ପୋଖରୀ ପାଣି ପଚି ଦୃଗନ୍ଧ ଛାଡ଼ିଲାଣି। ଜଙ୍ଗଲି ଗଛ ଲତା ଭିତରେ ହଜି ଯିବାକୁ ବସିଲାଣି ଆଦର୍ଶ ଜେନା ପୋଖରୀର ସୌନ୍ଦର୍ଯ୍ୟକରଣ।

Advertisment

ଅଧିକ ପଢ଼ନ୍ତୁ: ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ, ଦିନ ଗଡୁଥିବାରୁ ମଉଳୁଛି ଆଶା

ପୋଖରୀ ନିର୍ମାଣରେ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ମନରେଗା ଅର୍ଥ ସମେତ ବ୍ଲକର ସ୍ବତନ୍ତ୍ର ପାଣ୍ଠି ଓ ପଞ୍ଚାୟତକୁ ମିଲୁଥିବା ବିଭିନ୍ନ ପାଣ୍ଠି ବିନିଯୋଗ ହୋଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସବୁକିଛି ଅର୍ଥହୀନ ପାଲଟିଛି । ପୋଖରୀ ହୁଡ଼ାରେ ଆଉ ପାଦ ପକାଇ ହେଉନି। ୨୫ରୁ ଅଧିକ ସୋଲାର ଲାଇଟରୁ ଅନେକ ଭାଙ୍ଗିରୁଜି ଗଲାଣି। ପଞ୍ଚାୟତ ଅଧିନରେ ଥିବା ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ କିଏ କରିବ ଏବଂ ଏଥିପାଇଁ ପାଣ୍ଠି କେଉଁଠୁ ଆସିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏ ନେଇ କେହି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। କପାଳେଶ୍ୱର୍ ସରପଞ୍ଚ କହିଛନ୍ତି, ଜିଲ୍ଲା ପ୍ରଶାସନ ଆର୍ଥିକ ଅନୁଦାନ ଦେଲେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରିବ ।

Advertisment

ଏହି ପ୍ରକଳ୍ପ ରକ୍ଷଣାବେକ୍ଷଣ ପାଇଁ ଯଦି ସ୍ଥାୟୀ ପାଣ୍ଠିର କୌଣସି ବ୍ୟବସ୍ଥା ନ ଥିଲା ତେବେ କାହା ସ୍ବାର୍ଥରେ ଏତେ ଗୁଡ଼ିକ ଅର୍ଥ ବ୍ୟୟ କରାଗଲା ସେ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୁକ୍ତା ଯୋଜନାରେ ମୁକ୍ତ ଦୁର୍ନୀତି ! ଯୋଜନା କେବଳ ଧର୍ମକୁ ଆଖି ଠାର ଅଭିଯୋଗ

Advertisment
Kendrapara Pond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ