Advertisment

ଏମିତି ସନ୍ତାନ ଥିଲେ କେତେ ନଥିଲେ କେତେ ! ୫ ପୁଅ ଝିଅ ଥାଇ ବି ବାପା-ମାଆ ଅନାଥ

ସୁସ୍ଥ ହେବା ପରେ ମଧ୍ୟ ପରିବାରର କେହି ନେଉ ନାହାନ୍ତି । ୫ ପୁଅ ଥିବା ସତ୍ତ୍ବେ ନିରାଶ୍ରୟ ହୋଇ ପଡ଼ିଛନ୍ତି  ।

ଅଦ୍ୟତନ ହୋଇଛି
Elderly Couple Forced To Stay in Medical After Getting Tortured By Son

Helpless Father - Mother

Advertisment

ଆଜି ବି ଅବହେଳିତ ବାପା ମାଆ। ୫ ପୁଅ ଝିଅ ଥାଇ ବି ବୃଦ୍ଧ ବାପା ମାଆଙ୍କୁ ପଚାରୁନାହାନ୍ତି। ଖାଲି ସେତିକି ନୁହେଁ, ମାଡ଼ ମାରିବାକୁ ବି ପଛାଉ ନାହାନ୍ତି। ପୁଅ ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବୃଦ୍ଧ ବାପା ମାଆ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଭଦ୍ରକ ପୁରୁଣା ବଜାର ଶଙ୍କରପୁର ଅଂଚଳର କାଳନ୍ଦୀ ମିଶ୍ର ଓ ନୟନା ମିଶ୍ରଙ୍କୁ ତାଙ୍କର ମଝିଆ ପୁଅ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।

Advertisment

ପୁଅ ମାଡ଼ରେ କାଳନ୍ଦୀ ଆହତ ହୋଇ ମେଡିକାଲ ଆସିଥିଲେ। ଆଉ ଏବେ ଭଲ ହେବା ପରେ ବି ମେଡିକାଲରେ ରହୁଛନ୍ତି। ମେଡିକାଲରୁ ଡିସଚାର୍ଜ ହୋଇସାରିଥିଲେ ମଧ୍ୟ ପୁଅ ମାଡ଼ ଭୟରେ ଘରକୁ ନଯାଇ ମେଡିକାଲରେ ରହିଛନ୍ତି। କୌଣସି ପୁଅ ବୃଦ୍ଧ ଦଂପତିଙ୍କୁ ଘରେ ରଖୁନଥିବାରୁ ସେମାନେ ମେଡିକାଲକୁ ନିଜ ଘର ଭାବେ ବାଛି ନେଇଥିବା କହିଛନ୍ତି। ତେବେ ଏ ନେଇ ବୃଦ୍ଧ ଦଂପତିଙ୍କ ପୁଅ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

Advertisment

ଜାଣନ୍ତୁ ପୂରା କାହାଣୀ

ଦିନେ ୫ ପୁଅ, ଗୋଟିଏ ଝିଅରେ ଉଛୁଳି ଉଠୁଥିଲା ହସଖୁସିର ସଂସାର। ପରିଣତ ବୟସରେ ପୁଅମାନେ ସାହାଭରସା ହେବେ ବୋଲି ବାପାମା’ଙ୍କ ଛାତି ବି କୁଣ୍ଢେମୋଟ ହେଉଥିଲା । ହେଲେ ସମୟ ସହ ବଦଳି ଯାଇଛି ସ୍ଥିତି, ବଦଳି ଯାଇଛି ପୁଅମାନଙ୍କ ସ୍ୱଭାବ, ଆଚରଣ । ଦିନେ ବାପାମା’ଙ୍କ ପାଖ ଛାଡ଼ୁ ନ ଥିବା ଛୁଆମାନେ ଏବେ ସେମାନଙ୍କୁ ପାଖରେ ପୂରାଇ ଦେଉ ନାହାନ୍ତି। ବାପାମା’ଙ୍କୁ ଆହା ପଦେ କହୁ ନ ଥିବା ପୁଅ କିନ୍ତୁ ଉଭୟଙ୍କୁ ପିଟିବାକୁ ପଛାଉ ନାହାନ୍ତି।

ଫଳରେ ୫ ପୁଅ ଥାଉ ଥାଉ ବାପାମା’ଙ୍କ ଠିକଣା ପାଲଟିଛି ମେଡିକାଲ ବେଡ। ମଝିଆ ପୁଅର ମାଡ଼ ଭୟରେ ବାପାମା’ ମେଡିକାଲରେ ରହିବାକୁ ଗୁହାରି କରୁଛନ୍ତି। ଡିସଚାର୍ଜ ହେବା ପରେ ବି ଆଉ ଘରକୁ ଫେରିବାକୁ ମନ ବଳାଉ ନାହାନ୍ତି। ମେଡିକାଲ କର୍ତ୍ତୃପକ୍ଷ ନ ରଖିଲେ ଗଛ ମୂଳେ ଶେଷ ଜୀବନ କାଟି ଦେବେ ବୋଲି କହୁଛନ୍ତି ବୃଦ୍ଧ ଦମ୍ପତି । ଏପରି ଏକ ଅମାନବୀୟ ଘଟଣା ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ହତଭାଗା ଦମ୍ପତି ହେଲେ କାଳନ୍ଦୀ ମିଶ୍ର ଓ ନୟନା ମିଶ୍ର ।

Advertisment

କାଳନ୍ଦୀ ମିଶ୍ର ଓ ନୟନା ମିଶ୍ରଙ୍କର ଥିଲା ହସଖୁସିର ପରିବାର। ୫ ପୁଅ, ଗୋଟିଏ ଝିଅରେ ଉଛୁଳି ଉଠୁଥିଲା ସଂସାର। ହେଲେ ବାପାମା’ଙ୍କୁ ପରିଣତ ବୟସ ହେବା ବେଳକୁ ପିଲାମାନେ ଦେଖାଇଲେ ନିଜ ଅସଲ ଚେହେରା। ଝିଅ ବାହା ହୋଇ ପର ଘରକୁ ଚାଲି ଯାଇଥିବା ବେଳେ ମଝିଆ ପୁଅ ବାପାମା’ଙ୍କୁ ପିଟିବାକୁ ପଛାଉ ନାହାନ୍ତି। ଯେଉଁ ହାତ ଏବେ ବାପାମା’ଙ୍କ ସେବା କରିବା କଥା ସେହି ହାତରେ ଗୋରୁଗାଈ ପରି ବାପାମା’ଙ୍କୁ ପିଟୁଛନ୍ତି ପୁଅ । ବାଧ୍ୟ ହୋଇ ବୃଦ୍ଧ ବାପାମା’ ମାଡ଼ ଭୟରେ ଆଜି ତା’ ଘରେ ତ କାଲି ଆଉ କାହା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି।

କିଛି ଦିନ ପୂର୍ବେ ମଝିଆ ପୁଅ କାଳନ୍ଦୀ ମିଶ୍ରଙ୍କୁ ନିର୍ଧୂମ ପିଟିଥିବା ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ ବଡ଼ ପୁଅ ମହେଶ ମିଶ୍ର। ଗୁରୁତର ଅବସ୍ଥାରେ କାଳନ୍ଦୀ ମିଶ୍ରଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଫେରିବା ପରେ ସେ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ଅଛନ୍ତି। ଅବସ୍ଥା ସୁଧୁରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ସାରିଲେଣି। ମାତ୍ର ଘରକୁ ଯିବାକୁ ଅମଙ୍ଗ ବୃଦ୍ଧ ଦମ୍ପତି।

ଘରକୁ ଗଲେ ପୁଅ ପୁଣି ପିଟିବ, ତେଣୁ ମେଡିକାଲରେ ରହିବାକୁ ଆମକୁ ଅନୁମତି ଦିଅ ବୋଲି ଗୁହାରୀ ହେଉଛନ୍ତି କାଳନ୍ଦୀ ଓ ନୟନା। ମାତ୍ର ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କ ଦୁଃଖ ନ ବୁଝିଲେ କ’ଣ କରିବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନୟନା।

ନିଜେ ଅଣ୍ଟା ସଳଖି ଚାଲିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ଏବେ ଅସୁସ୍ଥ ସ୍ୱାମୀଙ୍କୁ ଧରି କେଉଁଠିକୁ ଯିବେ ବୋଲି ନୟନାଙ୍କୁ ବୁଦ୍ଧିବାଟ ଦିଶୁନି। ପୁଅମାନେ ପୁଣି ମାରପିଟ କରିବାର ଭୟ ଥିବାରୁ ସ୍ୱାମୀଙ୍କୁ ଧରି ନିଜ ଘରକୁ ଯିବାକୁ ସେ ଅମଙ୍ଗ। ତେଣୁ ବାଧ୍ୟ ହୋଇ ରାସ୍ତା କଡ଼େ ଗଛ ମୂଳେ ସ୍ୱାମୀଙ୍କୁ ଧରି ରହିବେ ବୋଲି ଥରଥର କଣ୍ଠରେ କହୁଛନ୍ତି ନୟନା ।

କାଳନ୍ଦୀ ମିଶ୍ର ଓ ନୟନା ମିଶ୍ରଙ୍କର ୫ ପୁଅ ମଧ୍ୟରୁ ୩ ଜଣ ଭଦ୍ରକରେ ରହୁଥିବା ବେଳେ ଦୁଇ ଜଣ ରାଜ୍ୟ ବାହାରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ମଝିଆ ପୁଅ ମାରପିଟି କରୁଥିବା ବେଳେ ଅନ୍ୟମାନେ ବି ବୃଦ୍ଧ ବାପାମା’ଙ୍କୁ ନିଜ ପାଖକୁ ନେବାକୁ ଅମଙ୍ଗ। ତେଣୁ ଉଭୟଙ୍କୁ ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିବାକୁ ଅନୁମତି ଦେବାକୁ ସାଧାରଣରେ ଦାବି ହେଉଛି।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ