Advertisment

Road Connectivity Problem: ଓଡ଼ିଶା ଗାଁରେ ପହଞ୍ଚିବାକୁ ଆନ୍ଧ୍ର ରାସ୍ତା ଭରସା; କେବେ ଦୂରହେବ ଉପାନ୍ତବାସୀଙ୍କ ଦୁଃଖ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର 'ଯନ୍ତ୍ରୀ' ପଞ୍ଚାୟତ । ବଣ ପାହାଡ ଘେରା ଏହି ଅପହଞ୍ଚ ଜାଗାରେ ପହଞ୍ଚିବା କାଠିକର ପାଠ । ଗାଁ ଓଡ଼ିଶାରେ, ହେଲେ ବିନା ଆନ୍ଧ୍ରରେ ବାଟ ନାହିଁ ।

undefined

'ଯନ୍ତ୍ରୀ' ଯନ୍ତ୍ରଣାର ଗ୍ରାଉଣ୍ଡ ରିପୋର୍ଟ ।

Advertisment

ଓଡ଼ିଶା ମାନଚିତ୍ରରେ ଏମିତି ଏକ ପଞ୍ଚାୟତ ରହିଛି, ଯେଉଁଠିକୁ ଯିବାକୁ ହେଲେ ଆନ୍ଧ୍ର ଉପରେ ଭରସା କରିବାକୁ ପଡିଥାଏ । ଆନ୍ଧ୍ର ପ୍ରଦେଶ କରିଥିବା ରାସ୍ତା ଦେଇ ହିଁ ଯିବାକୁ ପଡିବ ଓଡ଼ିଶାର ଏହି ପଞ୍ଚାୟତକୁ । ଆଉ ଓଡିଶା ଦେଇ ଯିବାକୁ ହେଲେ , ୬୦ କିଲୋମିଟରର ଜଳଯାତ୍ରା କରିବାକୁ ପଡିଥାଏ ।

Advertisment

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର 'ଯନ୍ତ୍ରୀ' ପଞ୍ଚାୟତ । ବଣ ପାହାଡ ଘେରା ଏହି ଅପହଞ୍ଚ ଜାଗାରେ ପହଞ୍ଚିବା କାଠିକର ପାଠ । ଗାଁ ଓଡ଼ିଶାରେ, ହେଲେ ବିନା ଆନ୍ଧ୍ରରେ ବାଟ ନାହିଁ । ବ୍ଲକ୍ ସଦର ମହକୁମା ଚିତ୍ରକୋଣ୍ଡାରୁ ଯନ୍ତ୍ରୀର ଦୂରତା ୮୦ କିଲୋମିଟରରୁ ଅଧିକ । ପହଞ୍ଚିବାକୁ ଲାଗିଯାଏ ୩ ଘଣ୍ଟା ସମୟ । କାରଣ, ଘାଟି ରାସ୍ତା ସହ ୯୦ ପ୍ରତିଶତ ରାସ୍ତା ଅବଡାଖାବଡା ।

ଓଡ଼ିଶା ଦେଇ ଯନ୍ତ୍ରୀ ପଞ୍ଚାୟତକୁ ଯିବାକୁ ହେଲେ ଏକମାତ୍ର ଲଞ୍ଚ ହିଁ ଭରସା । ପଞ୍ଚାୟତରେ ପହଞ୍ଚିବା ପାଇଁ ପାଖାପାଖି ୬୦ କିଲୋମିଟରର ଜଳଯାତ୍ରା କରିବାକୁ ପଡିଥାଏ । ତେଣୁ ସକାଳ ୧୦ଟାରେ ଚିତ୍ରକୋଣ୍ଡାରୁ ବାହାରିଲେ ଘରେ ସଂଧ୍ୟାରେ ପହଞ୍ଚନ୍ତି ଲୋକେ । ସ୍ଥଳଭାଗରେ ରାସ୍ତା ନାହିଁ। ପଞ୍ଚାୟତରେ ରହିଛି ୧୩ଟି ଗାଁ । ଏଥିମଧ୍ୟରୁ ଆରଲମ ପଡା, ଦାବୁଗୁଡା ଏବଂ ଧାକଡ଼ ପଦର ଭଳି ଗାଁ ସଂପୂର୍ଣ୍ଣ ଜଳବନ୍ଦୀ । ଏହି ଗାଁ ପାଇଁ ଦେଶୀ ଡଙ୍ଗା ହିଁ ଏକମାତ୍ର ଭରସା ।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟସଭାରେ ବି ପାସ୍ ୱାକଫ୍ ବିଲ୍, ସପକ୍ଷରେ ପଡିଲା ୧୨୮ ଭୋଟ୍

ନାହିଁ ନାହିଁର ଗାଁରେ ଝାଟି-ମାଟି ଓ ଖପରାର ଘର ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । କିଛି ସ୍ଥାନରେ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର । ଭଙ୍ଗା ଦଦରା ଘରେ ଚାଲିଛି ପଂଚାୟତ ଅଫିସ । ପିଇବା ପାଣି କଥା ତ ନ କହିଲେ ଭଲ । ବର୍ଷ ବର୍ଷ ଧରି ଲୋକଙ୍କ ଶୋଷ ମେଣ୍ଟାଉଛି ଝରଣାର ଚୁଆ ପାଣି । ଖରା ହେଉ କି ବର୍ଷା, ଚୁଆ ପାଣିରେ ବଞ୍ଚିଛି ଜୀବନ ।

ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ କବଜାରେ ଥିଲା ଯନ୍ତ୍ରୀ ପଞ୍ଚାୟତ । ତେବେ BSF କ୍ୟାମ୍ପ ହେବା ପରେ ବଦଳିଛି ଚିତ୍ର । ଦୂର ହୋଇଛି ନକ୍ସଲ ଆତଙ୍କ । ହେଲେ ସମସ୍ୟା ଯେଉଁଠି ସେଇଠି । ସରକାରଙ୍କ ମୌଳିକ ସୁବିଧାରୁ ବହୁ ପଛରେ ଏଠାକାର ଲୋକେ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ବି ଫଳ ଶୂନ ।

Advertisment

ତୁରନ୍ତ ପ୍ରଶାସନ ଏହି ପଞ୍ଚାୟତ ପ୍ରତି ଦୃଷ୍ଟି ନଦେଲେ କୋରାପୁଟର କୋଟିଆ ଓ ମାଲକାନଗିରିର ଜୁମଡାଙ୍ଗ ପରି ଯନ୍ତ୍ରୀ ପଞ୍ଚାୟତକୁ ଆନ୍ଧ୍ର ନିଜ କବଜାକୁ ନେଇଯିବା ଆଶଙ୍କା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ: ନରି ପଣ୍ଡାଙ୍କୁ ବୟକଟ୍...ଚିଠି ଲେଖି ଅନୁରୋଧ କଲେ ପିୟୁଷଙ୍କ ବାପା

Odisha Malkangiri Andhra-Odisha Border Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ