Advertisment

Odisha Women Empowerment Milestone: ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’

ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନିତ ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଥିବା ରାଜ୍ୟ ସରକାର ସ୍ପଷ୍ଟ କରାଇଛନ୍ତି।

Lakshpati Didi

Lakshpati Didi

Advertisment

ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ପ୍ରଥମ ହେଲା ଓଡ଼ିଶା। ଅନୁମୋଦିତ ଲକ୍ଷ୍ୟର ୮୨ ପ୍ରତିଶତକୁ ଓଡ଼ିଶା ପୂରଣ କରିଛି। ଗ୍ରାମୀଣ ମହିଳାଙ୍କୁ ସ୍ଥାୟୀ ଜୀବିକା ସହ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା କେନ୍ଦ୍ର ସରକାରଙ୍କ ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।

Advertisment

ଅଧିକ ପଢ଼ନ୍ତୁ: ଆଜିଠାରୁ ଆରମ୍ଭ ଲକ୍ଷପତି ଦିଦି କର୍ମଶାଳା

ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନିତ ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଥିବା ରାଜ୍ୟ ସରକାର ସ୍ପଷ୍ଟ କରାଇଛନ୍ତି।

ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି। ଏହି ପ୍ରୟାସକୁ ଓଡ଼ିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଏବଂ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ)ର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି।

Advertisment

ମିଶନ-ମୋଡରେ ହେଉଥିବା  ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକ ସ୍ତରରେ ନେତୃତ୍ୱ ଏବଂ ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ୍ ଭାବେ ଉଭା ହୋଇଛି। ଏହି ପରିବର୍ତ୍ତନର ଆରମ୍ଭ ତୃଣମୂଳ ସ୍ତରରୁ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ଘର-ଘର ବୁଲି ଚିହ୍ନଟ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ୧୨ରେ ଗୋଆ ପାଞ୍ଜିମରେ ହେବ ବିବାହ ଉତ୍ସବ

Advertisment
BJP Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ