ଶବ ପରିବହନ ପାଇଁ ଖୋଲିବ କଲ୍ ସେଣ୍ଟର ।
ଦୂର ହେବ ଶବ ପରିବହନ ସମୟରେ ଉପୁଜୁଥିବା ସମସ୍ୟା । ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ବତନ୍ତ୍ର ଟୋଲ୍ ଫ୍ରି ନମ୍ବର୍ । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଛି ପ୍ରାରମ୍ଭିକ ଆଲୋଚନା ।
ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏହି ବ୍ୟବସ୍ଥାରେ କଲ୍ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚାଯାଇ ପାରିବ ।
ବୈଠକରେ ପ୍ରାରମ୍ଭିକ ଭାବେ ଆଲୋଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି ।
ଆଗାମୀ ଦିନରେ ଶବ ପରିବହନ ପାଇଁ କିଲୋମିଟର ପିଛା ଦର କେତେ ରହିବ, ସେନେଇ ଆଲୋଚନା ହେବ ବୋଲି ଜଣାପଡିଛି । ବିଶେଷକରି ସରକାରୀ ହସ୍ପିଟାଲରେ ପ୍ରାଣ ହରାଉଥିବା ମୃତଦେହକୁ ନେବା ପାଇଁ ଏହା କାମ କରିବ । ମୃତଦେହ ପରିବହନ ପାଇଁ କିଲୋମିଟର ପିଛା ମୁଲ୍ୟ କେତେ ରହିବ ତାକୁ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744809040.jpg)