/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752507296.jpg)
Odisha Student’s Self-Immolation Attempt Ignites BJD, Congress Protests
ଭୁବନେଶ୍ୱର; ମେଡିକାଲ୍ ବେଡରେ ଜୀବନ-ମରଣର ଲଢେଇ କରୁଛନ୍ତି ପୀଡିତା। ଏପଟେ ରାଜରାସ୍ତାରେ ଲଢେଇ କରୁଛନ୍ତି ରାଜନୈତିକ ଦଳ। ୩ ଦିନ ପରେ ଏବେ ବି ସଙ୍କଟାପନ୍ନ ରହିଛି ଛାତ୍ରୀଙ୍କ ଅବସ୍ଥା। ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା। ଗତକାଲି ଭଳି ଆଜି ବି କ୍ରିଟିକାଲ୍ ରହିଛି ସ୍ଥିତି। ୨୪ ଘଣ୍ଟିଆ ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ଏମ୍ସ ସୁପରଟେଣ୍ଡେଣ୍ଟଙ୍କ ସୂଚନା ଅନୁସାରେ, ୭୨ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଡାଏଲିସିସ୍ ହୋଇଥିଲା। ଦରକାର ପଡ଼ିଲେ ପୁଣି ଡାଏଲିସିସ୍ ହେବ। ଆଜି ଶରୀରରେ ତାତି ଆସିଥିଲା। ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ନିୟମିତ ଆଣ୍ଟି ବାୟୋଟିକ୍ ଚାଲିଛି। ସେପଟେ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏମ୍ସରେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି।
ଏପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ଗତକାଲି ପରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଆଉ କଂଗ୍ରେସ। ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲା କଂଗ୍ରେସ। ଏହା ସହ ଫକୀର ମୋହନ କଲେଜ ଆଗରେ ପ୍ରତିବାଦ କରିଥିଲେ ଛାତ୍ର ବିଜେଡି ଏବଂ ଛାତ୍ର କଂଗ୍ରେସର କର୍ମୀମାନେ। ଅନ୍ୟ ପଟେ ଦିଲ୍ଲୀରେ ସମ୍ବାଦିକ ସମ୍ମିଳନୀ କରି ମହିଳା କଂଗ୍ରେସ୍ ଜାତୀୟ ସଭାନେତ୍ରୀ ଅଳକା ଲାମ୍ୱା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଥିଲେ। ରାଜ୍ୟ ସରକାର ନ୍ୟାୟ ଦେବାରେ ବିଳମ୍ବ କାରଣରୁ ଏହି ଘଟଣା ଘଟିଛି। ଏଥି ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ବିଜେଡି ବି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛି। ଯାହାର ଜବାବ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ X ରେ ଲେଖିଛନ୍ତି, ମହିଳା ନିର୍ଯାତନା ସଂପର୍କରେ କଂଗ୍ରେସର କଳା ଇତିହାସ ବୋଧେ ଅଳାକା ଲାମ୍ୱାକୁ ଜଣା ନାହିଁ। ଔଷଧ ବିକଳରେ ତାଟିଆ କାମୁଡିଛି କଂଗ୍ରେସ୍।
ସେପଟେ ଘଟଣା ସଂପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଥିଲେ ମୁଖ୍ୟ ଶାସନ ସଚିବ। ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ ସହ କରିଥିଲେ ଆଲୋଚନା। ଏହା ପରେ ପୋଲିସ୍ ଡିଜିଙ୍କ ସହ ବି ତଦନ୍ତର ଅଗ୍ରଗତି ନେଇ ବୈଠକ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)