Utkarsh Odisha Conclave: ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା, ସ୍ବାକ୍ଷର ହେଲା ୧୪୫ MOU

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ।

୧୬ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ

୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା । ସ୍ବାକ୍ଷର ହେଲା ୧୪୫ MOU । ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ରାଜ୍ୟ ସରକାରଙ୍କୁ ମିଳିଛି ଏଭଳି ବଡ଼ ଉପଲବ୍ଧି ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ମୁଖିଆଙ୍କୁ ନେଇ ୨ ଦିନର ନିବେଶ ମହାକୁମ୍ଭରେ ରାଜ୍ୟକୁ ଆଶାତୀତ ପୁଞ୍ଜି ଆସିବାର ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି । ଏପଟେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହ ଏନର୍ଜି, ଫୁଡ୍ ପ୍ରୋସେସିଂ, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ବହୁ କଂପାନୀ ଓଡ଼ିଶା ମୁହାଁ ହୋଇଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି । ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ଦିବସରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ !

ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିବା କ୍ଷେତ୍ର ମଧ୍ୟରେ ରହିଛି, ଏନର୍ଜି, ଫୁଡ୍ ପ୍ରୋସେସିଂ, ଟୁରିଜିମ୍ ଭଳି ବହୁଳ ସୁଯୋଗ ଓ ସମ୍ଭାବନାର କ୍ଷେତ୍ର । ସେହିଭଳି ଗ୍ରୀନ୍ ହାଇଡ୍ରୋଜେନ୍, ସୌରଶକ୍ତି, ବୟନ ଶିଳ୍ପ, କୃଷିଭିତ୍ତିକ ଶିଳ୍ପ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ସହ ବୁଝାମଣା ସ୍ବାକ୍ଷର ହୋଇଛି ।

ଏପଟେ ରାଜ୍ୟର ମହିଳାଙ୍କ ପାଇଁ ମୋହନ ସରକାର ଆଣିଥିବା ସବୁଠୁ ବଡ଼ ଆର୍ଥିକ ସହାୟତା ଯୋଜନା ସୁଭଦ୍ରାରେ ହିତାଧିକାରୀ କିଭଳି କ୍ଷୁଦ୍ର ବ୍ୟବସାୟ ସାଙ୍ଗକୁ ଆତ୍ମନିର୍ଭରଶୀଳ ହୋଇପାରିବେ, ତା ଉପରେ ମଧ୍ୟ ଏକ ସ୍ବତନ୍ତ୍ର ସେସନରେ ଆଲୋଚନା ହୋଇଛି । ସୁଭଦ୍ରା ହିତାଧିକାରୀଙ୍କୁ ତାଲିମ ପାଇଁ ୱାର୍ଲଡ ସ୍କିଲ୍ ସେଣ୍ଟର ଓ IIM ସମ୍ବଲପୁର ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି ।

ଓଡ଼ିଶା ପାଇଁ ବହୁଳ ସୁଯୋଗ ଓ ସମ୍ଭାବନା ଥିବା ପର୍ଯ୍ୟଟନ କ୍ଷେତ୍ର ପାଇଁ ମୋଟ ୮ ହଜାର କୋଟିର ପୁଞ୍ଜି ପ୍ରସ୍ତାବ ଆସିଛି । ଏ କ୍ଷେତ୍ରରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏ କ୍ରମରେ ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍ ସହିତ ଏକ MOU ହୋଇଛି । ‘ରିସର୍ଟ, ହୋଟେଲ, ୱାଟର ସ୍ପୋର୍ଟ୍ସ, ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗୁରୁତ୍ବ ଦିଆଯାଉଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଦ୍ବିତୀୟ ଦିନରେ ଟାଟା ଷ୍ଟିଲ SEZର ଗୋପାଳପୁର ଶିଳ୍ପ ପାର୍କରେ ୭ରୁ ୮ ନିବେଶକ ୩୦ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ଟାଟା ଷ୍ଟିଲ SEZ ପରିଚାଳନା ନିର୍ଦ୍ଦେଶକ । ସେହିଭଳି ହସ୍ତତନ୍ତ ବୟନ ଶିଳ୍ପକୁ କ୍ଷେତ୍ରରେ ୩୬ଟି କମ୍ପାନୀର ବିନିଯୋଗ ପ୍ରସ୍ତାବ ଆସିଛି । ଯେଉଁଥିରେ ୭ ହଜାର ୭୬୨ କୋଟି ନିବେଶ ସହ ରାଜ୍ୟରେ ୮ ହଜାର ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ତିଆରି ହୋଇଛି ।

ଶିଳ୍ପ ସଂସ୍ଥା ଓ ପୁଞ୍ଜିପତିଙ୍କ ଏ ସମ୍ମିଳନୀରେ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଏଡିଟର ରାଉଣ୍ଡ ଟେବଲ ବୈଠକରେ ସାମିଲ ହୋଇଥିଲେ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ଚିଫ ଏଡିଟରଙ୍କ ସହ ବରିଷ୍ଠ ସାମ୍ବାଦିକ । ଉତ୍କର୍ଷ ଆଉ ସଶକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟର ସମ୍ଭବନା ଓ ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ସଂସ୍ଥାର ଅଭିଜ୍ଞ ଓ ଅନୁଭବୀ ସମ୍ପାଦକମାନେ ନିଜର ମୂଲ୍ୟବାନ ମତାମତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...