ଆମେରିକା ଭଳି ହେବ ଓଡ଼ିଶା ରାସ୍ତା
ଆମେରିକା ଭଳି ହେବ ଓଡ଼ିଶାର ହାଇୱେ । ଆଜି ଓଡ଼ିଶା ପାଇଁ ୧୫୪ କିଲୋମିଟର ଦୀର୍ଘ ଓ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ, ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଭୁବନେଶ୍ବର ବରମୁଣ୍ଡାରେ ଅନୁଷ୍ଠିତ ସ୍ବତନ୍ତ୍ର ସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ଜଗନ୍ନାଥଙ୍କ ଭୂମିରେ ଆସିବାକୁ ସୁଯୋଗ ମିଳିଥିବାରୁ ଧନ୍ୟ ମନେ କରୁଛି । ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି। ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮ହଜାର କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ । ସେହିପରି ୪ ଘଣ୍ଟାରେ କଟକରୁ ସମ୍ବଲପୁର ପହଞ୍ଚି ହେବ ।
ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସେହିପରି ସେ ଆହୁରି କହିଛନ୍ତି, କ୍ୟାବିନେଟ ମଞ୍ଜୁରୀ ପରେ ୭ ହଜାର କୋଟି ଟଙ୍କାରେ ଭୁବନେଶ୍ବର ୬ ଲେନ୍ ରିଂ ରୋଡ୍ କାମ ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀକୁ ୬ ଲେନ୍ ରାସ୍ତା ସଂପ୍ରସାରଣ ହେବ । ସାଗରମାଳା ଯୋଜନାରେ ପାରାଦୀପ ବନ୍ଦରରେ ଅନେକ କାମ ହୋଇଛି । CRIFରେ ୮ଶହ କୋଟି ଟଙ୍କାକୁ ମଞ୍ଜୁର କରୁଛି ବୋଲି କହିଛନ୍ତି ଗଡ଼କରୀ ।
ଅନ୍ୟପକ୍ଷରେ ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ନୟାଗଡ଼, ଝାରସୁଗୁଡ଼ାରେ ବାଇପାସ୍ ହେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ଅଧ ମିନିଟ୍ ଭିତରେ ଚାର୍ଜ ହେଉଥିବା ଫ୍ଲାସ୍ ଚାର୍ଜିଂ ବସ୍ ପାଇଲଟ୍ ପ୍ରୋଜେକ୍ଟ ନାଗପୁରରେ ଆରମ୍ଭ ହୋଇଛି । ଏହା ସଫଳ ହେଲେ ଭୁବନେଶ୍ବର, କଟକରୁ ପୁରୀକୁ ଏହି ବସ୍ ଚଳାଚଳ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ସେହିପରି ମହାପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ଯାତାୟାତକୁ ସୁଗମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅଧ ମିନିଟ୍ ଭିତରେ ଚାର୍ଜ ହେଉଥିବା ଫ୍ଲାସ୍ ଚାର୍ଜିଂ ବସ୍ ପାଇଲଟ୍ ପ୍ରୋଜେକ୍ଟ ନାଗପୁରରେ ଆରମ୍ଭ ହୋଇଛି । ଏହା ସଫଳ ହେଲେ ଭୁବନେଶ୍ବର, କଟକରୁ ପୁରୀକୁ ଏହି ବସ୍ ଚଳାଚଳ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ବସ୍ରେ ସମସ୍ତ ସୁବିଧା ମିଳିବ । ଏହି ଡବଲ ଡେକର୍ ବସ୍ରେ ୧୩୫ ସିଟ୍ ରହିବ । ଡ୍ରାଇଭର୍ ସାମ୍ନାରେ ସବୁ ଲୋକ ଉଠିବେ । ସମସ୍ତଙ୍କ ସିଟ୍ ସାମ୍ନାରେ ଟିଭି ରହିବ । ଏହାର ହୋଷ୍ଟେସ୍ ପରି ବସ୍ ହୋଷ୍ଟେସ୍ ମଧ୍ୟ ରହିବେ । ଆପଣ ଭାବୁଥିବେ ମୁଁ କହୁଛି । ହେବ ନା ନାହିଁ, ମିଡିଆ ରେକର୍ଡ କରୁଛି। ମୁଁ ସେପରି ନେତା ନୁହେଁ, ଯାହା କହେ ତାହା କରିକି ଦେଖାଏ ବୋଲି କହିଛନ୍ତି ନୀତିନ ଗଡ଼କରୀ ।
ସେହିପରି ଆଜିର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ, ୭୯୫ କୋଟିର ତାଳଚେର-କାମାକ୍ଷାନଗର ୪ ଲେନ୍ ରାସ୍ତା ଏବଂ ଏନ୍ଏଚ୍-୧୬ ଅନ୍ତର୍ଗତ ୩ଟି ଭେହିକିଲ୍ ଅଣ୍ଡରପାସ୍ ଲୋକାର୍ପଣ କରିବା ସହ ୧୭ ପ୍ରକଳ୍ପର ଭୂମିପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଟ ୧୧୦ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ୩୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744900504.jpg)