/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725521190.jpg)
Lightning Death
ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ । ଗତ ୫ ବର୍ଷରେ ୧୧୦୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ହୋଇ ବି ସେଠାରେ ବଜ୍ରପାତ ଜନିତ ମୃତ୍ୟୁ ଗତ ୫ ବର୍ଷରେ ମାତ୍ର ୫୪୨ । ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି ।
ଗବେଷଣା ଅନୁଯାୟୀ ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର ଥିବାରୁ ବଜ୍ରପାତ ଅଧିକ ହେଉଛି । କାରଣ ଖଣିଜ ପଦାର୍ଥ ହେଲା ବିଦ୍ୟୁତ ସୁପରିବାହୀ । ଆଜି ଯାଏ କୌଣସି ଜ୍ଞାନ କୌଶଳ ଆସିନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ । ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର । ବଜ୍ରପାତ ପ୍ରସଙ୍ଗରେ ଗୃହରେ ଏହି ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଏହାସହ ସେ କହିଛନ୍ତି ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି । ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ । ପାଣ୍ଠି ଯଥେଷ୍ଠ ଅଛି । ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)