/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724162141.jpg)
Potato Crisis
କଠୋର ହେଲେ ରାଜ୍ୟ ସରକାର । ଏଣିକି ଅସାଧୁ ବ୍ୟବସାୟୀଙ୍କ ଉପରେ ହେବ ଆକ୍ସନ । ଚଢ଼ା ଦରରେ ଆଳୁ ବିକିଲେ ଅସାଧୁ ବେପାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଆଳୁ ବ୍ୟାପକ ପରିମାଣରେ ବେଆଇନ ଭାବେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯୋଗାଣ ବିଭାଗ ପକ୍ଷରୁ ୧୯ ଶହ ଦୋକାନ ଓଡ଼ିଶାରେ ଖୋଲାଯାଇଛି, ଯେଉଁଠି ଆଳୁ କିଲୋ ପିଛା ୩୦ଟଙ୍କାରେ ବିକ୍ରି ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଆଳୁ ସଂକଟର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛି ବ୍ୟବସାୟୀ ମହାସଂଘ । ଉଭୟ ରାଜ୍ୟର ଖାଉଟି ଓ ବ୍ୟବସାୟୀ କ୍ଷତି ସହୁଛନ୍ତି । କେବଳ ମୌଖିକ ଭାବେ କଥାବାର୍ତ୍ତା ଚାଲିଥିବାବେଳେ, କୌଣସି ଲିଖିତ ବ୍ୟବସ୍ଥା ହେଉନଥିବା କହିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା ।
ଅସାଧୁ ବ୍ୟବସାୟୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବେଆଇନ ଭାବେ ଆଳୁ ମହଜୁଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ #PotatoCrisis#Odisha#OTVpic.twitter.com/jP0rnXj4jh
— ଓଟିଭି (@otvkhabar) August 20, 2024
ଗତ ରବିବାର ଠାରୁ ଲୋଡ ହୋଇଥିବା କିଛି ଆଳୁ ଟ୍ରକ୍ ଆଜି ଆସି ପହଞ୍ଚିଛି । ଆଜି ପଶ୍ଚିମବଙ୍ଗ ସଚିବାଳୟରେ ବ୍ୟବସାୟୀ ସଂଘ ସହ ଆଳୁ ସଂପର୍କରେ ତୃତୀୟ ବୈଠକ ବସୁଥିବା କହିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)