ଦୁଲୁକେଇବେ ଦିଲ୍ଲୀ
ଆସନ୍ତା ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଚମକିବେ ଓଡ଼ିଶା NCC କଣ୍ଟିଜେଣ୍ଟ। ଏନେଇ ଗଲା ୩ ମାସ ହେଲା ଚାଲିଥିବା କଠିନ ପ୍ରସ୍ତୁତି ଏବେ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୫ ହଜାର କ୍ୟାଡେଟଙ୍କ ମଧ୍ୟରୁ ବିଭିନ୍ନ ଗ୍ରାଉଣ୍ଡରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ୧୨୭ ଜଣ ବଛାବଛା କ୍ୟାଡେଟ୍। ଭୁବନେଶ୍ୱର ସୈନିକ ସ୍କୁଲ ପରେଡ ଗ୍ରାଉଣ୍ଡରେ ଏନେଇ କସରତ ଚଳାଇଛନ୍ତି କ୍ୟାଡେଟ୍।
ଏହି କ୍ୟାଡେଟମାନେ ଦେହରେ ୟୁନିଫର୍ମ ପନ୍ଧିଛନ୍ତି । ଏମାନଙ୍କ ମନରେ ଭରିରହିଛି ଅଦମ୍ୟ ଉତ୍ସାହ। କିଛି କରି ଦେଖାଇବାର ଜୋଶ୍। ଏକାସାଂଗରେ ଏମାନଙ୍କ ଗୋଡ଼ ପଡ଼ୁଛି, ଉଠୁଛି ହାତ। ଦୂରରୁ ଦେଖିଲେ କେବଳ ଗୋଟିଏ ଟ୍ରୁପର ଶୃଙ୍ଖଳା ପରି ଦେଖାଯାଉଛି । ଏହା ଜଣେ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବନି । ଦିଲ୍ଲୀ କର୍ତ୍ତବ୍ୟପଥରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଏନସିସି । ଭୁବନେଶ୍ବର ସୈନିକ ସ୍କୁଲ ପରେଡ ଗ୍ରାଉଣ୍ଡରେ ଜୋରସୋରରେ ଏନେଇ ଚାଲିଛି ପ୍ରସ୍ତୁତି। ପରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଆସିଥିବା କ୍ୟାଡେଟ୍ ମାନେ। ଆସନ୍ତା ଜାନୁଆରୀ ୨୬ରେ
ଦିଲ୍ଲୀରେ ରିପବ୍ଲିକ ଡେ’ ପରେଡରେ ସାମିଲ ହେବେ, ବଛା ଯାଇଥିବା ଏହି ୧୨୭ ଜଣ କ୍ୟାଡେଟ୍। ଏନେଇ ଗଲା ମାସେ ହେଲା ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ୧୦ରୁ ୧୨ ଘଣ୍ଟା ଏଇଭଳି ଜି ଜାନ୍ ଲଗାଇ ପ୍ରାକ୍ଟିସ୍ କରୁଛନ୍ତି କ୍ୟାଡେଟ୍।
ଅଧିକ ପଢନ୍ତୁ:ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ
ଓଡ଼ିଶା ଏନସିସି କଣ୍ଟିଜେଣ୍ଟ କର୍ଣ୍ଣେଲ୍ ଦେବବ୍ରତ ମୋଇତ୍ର କହିଛନ୍ତି ଯେ, ଦିଲ୍ଲୀରେ ଓଡ଼ିଶାର କ୍ୟାଡେଟମାନେ ତିନିଟି ସ୍ଥାନରେ ପ୍ରଦର୍ଶନ କରିବେ । କର୍ତ୍ତବ୍ୟ ପଥ ପରେଡରେ ଭାଗ ନେବେ । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଅଂଶଗ୍ରହଣ କରିବେ । ଏଥିସହିତ ଗାର୍ଡ ଅଫ୍ ଅନରରେ ମଧ୍ୟ ଭାଗନେବେ । ରାଜ୍ୟର ବିଭିନ୍ନ ଜିଲ୍ଲାର ୭୫ ହଜାର କ୍ୟାଡେଟ୍ ଙ୍କୁ ନେଇ ଆରମ୍ଭ ହୋଇଥିଲା ଗତ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟ ଚୟନ ପ୍ରକ୍ରିୟା। ଶାରୀରିକ ପରୀକ୍ଷା, ଡ୍ରିଲ୍, ଫାୟାରିଂ, କଲଚରାଲ ଭଳି ବିଭିନ୍ନ ରାଉଣ୍ଡରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ୧୨୭ ଜଣ କ୍ୟାଡେଟ୍।
ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି କଠିନ ତାଲିମ ପ୍ରକ୍ରିୟା। ଏହାପରେ ପରେ ଆସନ୍ତା ୨୮ ତାରିଖରେ ସମସ୍ତ କ୍ୟାଡେଟ୍ ବିମାନରେ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି କଣ୍ଟିଜେଣ୍ଟ କମାଣ୍ଡର ସୁଦୀପ କୁମାର ସାହୁ । ଏଥିପାଇଁ ରାଜ୍ୟ ସରକାରଙ୍କର ବିଶେଷ ସହଯୋଗ ରହିଥିବାର ସେ କହିଛନ୍ତି । ଚଳିତବର୍ଷ ଦିଲ୍ଲୀରେ ଓଡ଼ିଶା NCC କଣ୍ଟିଜେଣ୍ଟ ରାଜ୍ୟ ପାଇଁ ଗୌରବ ଆଣିବ ବୋଲି ସେ ଆଶା ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735014567.jpg)