Advertisment

Bogus Ration Card : ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

ପୂର୍ବ ସରକାରଙ୍କ ସମୟରେ ପ୍ରାୟ ୮ଲକ୍ଷ ଆୟକର ଦେଉଥିବା ଲୋକ ମଧ୍ୟ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିବା ନେଇ ରିପୋର୍ଟ ଆସିଛି । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏ ନେଇ ଅଧିକାରୀ ମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟାଯିବ ।

ଅଦ୍ୟତନ ହୋଇଛି
Bogus Ration Card

Bogus Ration Card In Odisha

Advertisment

ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୈତିକ କ୍ଷମତା ମାଧ୍ୟମରେ କିମ୍ବା ମିଥ୍ୟା ତଥ୍ୟ ଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ । ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ପୂର୍ବରୁ ଚଞ୍ଚକତା କରି ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନ ପାଉଥିଲେ ସେମାନଙ୍କ କାର୍ଡ କାଟିଥିଲେ ରାଜ୍ୟ ସରକାର । E-KYC ପ୍ରକ୍ରିୟା ଦ୍ୱାରା ପୂର୍ବରୁ ଧରା ପଡ଼ିଥିଲେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ।

Advertisment

ହିତାଧିକାରୀମାନେ E-KYC କରିବା ପାଇଁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଏହି ଅବଧି ୧୫ ତାରିଖ ପରେ ଆଉ ବଢିବନାହିଁ ବୋଲି ସୂଚନା ମିଳିଛି । ଯେଉଁ ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଇବେ ନାହିଁ ତାଙ୍କ ପ୍ରତି ସରକାର କଠୋର ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ହିତାଧିକାରୀ E-KYC କରିନାହାନ୍ତି । ଅପରପକ୍ଷରେ ବାକି ଥିବା ଅବଧି ଅର୍ଥାତ ୬ ଦିନ ଭିତରେ E-kyc କରିବାକୁ ପୁଣିଥରେ ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଅବଧି ଶେଷହେବା ପୂର୍ବରୁ ଯେଉଁମାନେ E-kyc କରିବେ ନାହିଁ । ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ ଏବଂ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି । ୬ଲକ୍ଷ ନୂଆ ହିତାଧିକାରୀ ରାସନ କାର୍ଡ ଆବେଦନ କରିଛନ୍ତି । ପୁରୁଣା ଅଯୋଗ୍ୟ କାର୍ଡ କାଟି ନୂଆ ଲୋକଙ୍କୁ ଯୋଡ଼ା ଯିବ ।

Advertisment

ପୂର୍ବ ସରକାରଙ୍କ ସମୟରେ ପ୍ରାୟ ୮ଲକ୍ଷ ଆୟକର ଦେଉଥିବା ଲୋକ ମଧ୍ୟ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିବା ନେଇ ରିପୋର୍ଟ ଆସିଛି । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏ ନେଇ ଅଧିକାରୀ ମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ନିଆଯିବ । ତେବେ ଚାକିରି କରିଥିବା ଏବଂ ଆୟକର ଦେଉଥିବା ୧୨ହଜାର ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ସାରିଲେଣି ।

ଅଧିକ ପଢନ୍ତୁ: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

Bogus Beneficiaries Bogus Ration Cards Ration Card Holders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ