Advertisment

Free Sand for Housing: ଆବାସ ହିତାଧିକାରୀଙ୍କୁ ମିଳିବ ମାଗଣା ବାଲି, ସାବାଡ୍ ହେବେ ମାଫିଆ

PM ଆବାସ ପାଇଁ ରାଜ୍ୟ ସରକାର ଦେବେ ବାଲି ଉପହାର । ରିହାତି ଦରରେ ହିତାଧିକାରୀଙ୍କୁ ମିଳିବ ୨ ଟ୍ରାକ୍ଟର ବାଲି । ପ୍ରତି ଆବାସ ଘର ପାଇଁ ରିହାତି ଦରରେ ସରକାର ବାଲି ଯୋଗାଇବା କଥା ଶୁଣି ଖୁସି ହୋଇଛନ୍ତି ହିତାଧିକାରୀ । ହେଲେ ବେଆଇନ୍ ବାଲି ପରିବହନ ଉପରେ ରୋକ ଲଗାଇବାକୁ କଡ଼ା ନିୟମ ଆସୁଥିବା ଶୁଣି ଛାନିଆ ହେଲେଣି ମାଫିଆ ।

ଅଦ୍ୟତନ ହୋଇଛି
Free Sand for Housing

Free Sand for Housing

Advertisment

ପିଏମ୍ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ରିହାତି ଦରରେ ବାଲି ଯୋଗାଣ ହେଉ କି ବାଲି ମାଫିଆଙ୍କୁ ସାବାଡ଼ କରିବା ଲକ୍ଷ୍ୟ । ଖୁବଶୀଘ୍ର ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ଏସଓପି । ଏମିତିକି ଏ ନେଇ ଡ୍ରାଫଟିଂ ବି ସରିଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ପ୍ରତି ଆବାସ ଘର ପାଇଁ ରିହାତି ଦରରେ ୨ ଟ୍ରାକ୍ଟର ବାଲି ସରକାର ଯୋଗାଇବା କଥା ଶୁଣି ଖୁସି ହୋଇଛନ୍ତି ହିତାଧିକାରୀ । ହେଲେ ବେଆଇନ୍ ବାଲି ପରିବହନ ଉପରେ ରୋକ ଲଗାଇବାକୁ କଡ଼ା ନିୟମ ଆସୁଥିବା ଶୁଣି ଛାନିଆ ହେଲେଣି ମାଫିଆ ।

Advertisment

ଅଧିକ ପଢ଼ନ୍ତୁ: ମିଳିଲା ସବୁଜ ସଙ୍କେତ, ପାରାଦୀପକୁ ଚାଲିବ ଯାତ୍ରୀବାହୀ ଜାହାଜ

ପିଏମ୍ ଆବାସ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଦେବେ ବାଲି ଉପହାର ପ୍ରଧାନମନ୍ତ୍ରୀ ଆବାସ ସ୍କିମରେ ଘର ତିଆରି କରୁଥିବା ପ୍ରତି ହିତାଧିକାରୀଙ୍କୁ ରିହାତି ଦରରେ ମିଳିବ ଦୁଇ ଟ୍ରାକ୍ଟର ବାଲି କ୍ୟାବିନେଟରେ ଏ ନେଇ ଆଲୋଚନା ପରେ ଏସ୍ଓପି ଡ୍ରାଫଟିଂ ବି ସରିଛି ଖୁବଶୀଘ୍ର ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକମାନେ ଏହାର ଲାଭ ପାଇବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ହିତାଧିକାରୀ । ଗତ ବିଜେଡି ସରକାରରେ ଆବାସ ଯୋଜନାରେ ଏଭଳି ଲାଭ ମିଳୁନଥିଲା, ତେଣୁ ମୋହନ ସରକାର ଅମଳରେ ଏ ନିଷ୍ପତ୍ତି ହିତାଧିକାରୀଙ୍କୁ ଘର ତିଆରି ବୋଝରୁ ଆଶ୍ବସ୍ତି ଦେବ ବୋଲି ସେମାନେ କହିଛନ୍ତି । ଏବେ ବାଲି ଟ୍ରାକ୍ଟର ପିଛା ୨ରୁ ୪ ହଜାର ଟଙ୍କା ପଡୁଥିବାବେଳେ, ପିଏମ୍ ଆବାସ ହିତାଧିକାରୀଙ୍କୁ ବାଲି ଉଠାଣ ଶୁଳ୍କରୁ ରିହାତି ମିଳିଲେ ସେମାନେ କେବଳ ପରିବହନ ଖର୍ଚ୍ଚ ଦେଇ ଶସ୍ତାରେ ବାଲି ପାଇପାରିବେ ।

ସେପଟେ ରାଜ୍ୟ ସରକାରଙ୍କ ନୂଆ ଏସଓପିରେ ବାଲି ମାଫିଆଙ୍କୁ ବି ସାବାଡ଼ କରିବାକୁ ବ୍ୟବସ୍ଥା ହେଉଥିବା ସଙ୍କେତ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । କପ୍ତିପଦାରେ ବେଆଇନ୍ ବାଲି ଉଠାଣର ତଦାରଖ ପାଇଁ ଯାଇଥିବାବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ପ୍ରାଣାନ୍ତକ ଆକ୍ରମଣ ହେଉ ବା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ସମାନ ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ସରକାର । ସୂଚନା ଅନୁସାରେ, ପ୍ରସ୍ତାବିତ ଏସଓପିରେ- ହାଇୱା ଯୋଗେ ବାଲି ପରିବହନ ଉପରେ କଡ଼ା କଟକଣା ଲାଗିପାରେ ।

Advertisment

ଯେହେତୁ ହାଇୱା ସାହାଯ୍ୟରେ ମାଫିଆ ୪୦ ଟନରୁ ଅଧିକ ଓଜନର ବାଲି ଉଠାଇ ଚୋରା ଚାଲାଣ କରି ଦେଉଛନ୍ତି, ସେଥିଯୋଗୁଁ ଗାଁ ଗହଳି ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡୁଛି। ତେଣୁ ସେଥିରେ ବ୍ରେକ୍ ଦେବାକୁ ହାଇୱା ବଦଳରେ ଅନ୍ୟ ଗାଡ଼ି ବାଲି ପରିବହନରେ ବ୍ୟବହାର ହେବ । ଘାଟରୁ ଦୈନିକ କେତେ ଟନ୍ ବାଲି ଉଠାଯିବ, ତାର ବି ତାଲିକା ରହିବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏହାର ନିୟମିତ ଯାଞ୍ଚ କରିବେ । ବାଲି ପରିବହନର ପରିମାଣ ସହ ଏହାର ଦର ଉପରେ ମଧ୍ୟ ନଜର ରଖାଯିବ । ତାସହ ଚଢ଼ଉ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରୁଥିବା ମାଫିଆଙ୍କ ବିରୋଧରେ ଏସଓପିରେ କଡ଼ା ଦଣ୍ଡର ବି ବ୍ୟବସ୍ଥା ରହିବ ।

ବାଲି ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ସାବାଡ଼ ହେଉ କି ପିଏମ୍ ଆବାସ ହିତାଧିକାରୀଙ୍କୁ ରିହାତି ଦରରରେ ବାଲି ଯୋଗାଣ ନିଷ୍ପତ୍ତି, ଏ ନେଇ ଆସିବାକୁ ଥିବା ନୂଆ ଏସଓପିକୁ ଏବେ ଅପେକ୍ଷା ।

Advertisment

ଅଧିକ ପଢ଼ନ୍ତୁ: ଅନାଥ ଝିଅକୁ ଘରଣୀ କଲେ ସ୍କୁଲ ଶିକ୍ଷକ; କଳୁଷିତ ପ୍ରଥାକୁ କଲେ ଦୂର...

Odisha Government Suresh Pujari Sand Mafia In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ