ନବୀନ ସରକାର ନିଲମ୍ବନ କରିଥିଲେ, ମୋହନ ସରକାର ନ୍ୟାୟ ଦେଲେ !

ରାଜ୍ୟ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ସଂଭାଳିବେ । ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ନିଯୁକ୍ତି ଦିଆଯାଇଛି ।

OAS Debaprasad Das

୬ ବର୍ଷ ପରେ OAS ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର । ୨୦୧୮ରେ ଦେବ ପ୍ରସାଦ ଦାଶଙ୍କୁ ନିଲମ୍ବନ କରିଥିଲେ ସରକାର । ଦୀର୍ଘ ୬ ବର୍ଷ ପରେ ଏବେ ନିଲମ୍ବନ ଉଠିଛି । ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନକରିବାକୁ ସର୍ତ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ସେ ରାଜ୍ୟ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ସଂଭାଳିବେ । ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ନିଯୁକ୍ତି ଦିଆଯାଇଛି ।

ତେବେ ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ OAS ଅଧିକାରୀ ଦେବ ପ୍ରସାଦ ଦାଶ । ସେ କହିଛନ୍ତି ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା । ଏହି ନିଲମ୍ବନ ଦ୍ୱାରା ମୋ ଅପେକ୍ଷା ମୋ ପରିବାରକୁ ଅଧିକ ଦଣ୍ଡିତ କରାଯାଇଥିଲା । ନୂଆ ସରକାର ଆସିବା ପରେ ମୋତେ ନ୍ୟାୟ ମିଳିଲା ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟବାସୀଙ୍କୁ କ’ଣ ଭେଟି ଦେବେ ମୋହନ ସରକାର? କେଉଁ କ୍ଷେତ୍ରକୁ ମିଳିବ ସର୍ବାଧିକ ପ୍ରାଧାନ୍ୟ

ମୋ ପ୍ରତି ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନୂଆ ସରକାର ଦେଇଥିବା ନୂଆ ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରିବି ବୋଲି କହିଛନ୍ତି ଦେବ ପ୍ରସାଦ ।