/odishatv-khabar/media/post_attachments/uploadimage/library/16_9/16_9_0/NEP__1729220149.jpg)
NEP
ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ? ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସ୍ବତନ୍ତ୍ର ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଏଥିରେ ବିଭିନ୍ନ ବିଭାଗର ୧୩ ଜଣ ସଦସ୍ୟ ଥିବାବେଳେ ଉନ୍ନୟନ କମିଶନର ରହିଛନ୍ତି ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ।
Advertisment
ଅଧିକ ପଢ଼ନ୍ତୁ: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ; ଉପକୃତ ହେବେ ସାଢ଼େ ୩ କୋଟି ଲୋକ
ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍.ସି/ଏସ୍.ଟି ଏବଂ ସଂଖ୍ୟାଲଘୁ ସହ ପଛୁଆବର୍ଗ ଉନ୍ନୟନ ବିଭାଗ, ଅର୍ଥବିଭାଗ, ମହିଳା ଓ ଶିଶୁ ଉନ୍ନୟନ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ଓପେପା, ରେଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ୍ ଆଦି ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏହି ଟାସ୍କଫୋର୍ସରେ ସାମିଲ୍ କରାଯାଇଛି ।
Advertisment
ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା । ଟାସ୍କଫୋର୍ସ ପୁନର୍ଗଠନ#Taskforce#Educationpic.twitter.com/eIAfgZ3TeD
— ଓଟିଭି (@otvkhabar) October 17, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)